ସରକାରଙ୍କ କଟକଣା ମଧ୍ୟରେ ଦୂର୍ଗାପୂଜା ପ୍ରସ୍ତୁତି  

Advertisment
ବିରାଜିଲେ ଜଗତ୍ ଜନନୀ; ଅନୁଗୁଳ ସହରରେ ୧୧ଟି ପୂଜା ମଣ୍ଡପ

indicative image credit : World Religion News

ଭଦ୍ରକ: ଆଉ ମାତ୍ର କିଛିଦିନ ପରେ ପାର୍ବଣ, ଆଗକୁ ଜଗତ ଜନନୀ ମହିଷା ମର୍ଦ୍ଦିନୀ ମା ଦଶଭୂଜା ଧରା ପୃଷ୍ଠକୁ ଓହ୍ଲାଇବେ । ତାଙ୍କରି ପାଇଁ ସବୁଠି ପ୍ରସ୍ତୁତି ଏବେ ଜୋର ସୋରରେ ଚାଲିଥିବା ବେଳେ ମୂର୍ତ୍ତି କାରିଗରମାନେ ମୂର୍ତ୍ତି ଗଢିବାରେ ଲାଗିପଡିଛନ୍ତି। ହେଲେ ଖାଁ ଖାଁ ଲାଗୁଛି ସବୁ ମଣ୍ଡପ । ଭଦ୍ରକ ସହରରେ ପୂଜା ପାଉଥିବା ବିଭିନ୍ନ ମଣ୍ଡପରେ ଏଥର କରୋନା ପାଇଁ ଫିକା ପଡ଼ିଛ । ଗୋଟିଏ ପଟେ ସରକାରଙ୍କ କରୋନା କଟକଣା ଅନ୍ୟପଟେ ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ମଣ୍ଡପକୁ କରୋନା କଟକଣାକୁ ମାନି ଦୂର୍ଗାପୂଜା କରିବା ପାଇଁ କହିଛି।
ଦୂର୍ଗାପୂଜାକୁ କିପରି ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି । ମା ଦୂର୍ଗାଙ୍କ ପୂଜା ପାଇଁ ଏଥର କିନ୍ତୁ ପୂର୍ବଭଳି ଜାକ ଜକମ୍ ଦେଖିବାକୁ ମିଳିବ ନାହିଁ । ପୂଜା ମଣ୍ଡପ ଗୁଡିକରେ ମୂର୍ତ୍ତି କାମ ଅଧାରୁ ଅଧିକ ସରିଲାଣି । ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ମଧ୍ୟରେ ମୂର୍ତ୍ତିର ଉଚ୍ଚତା ୮ ଫୁଟରୁ କମେଇ ମାତ୍ର ୪ ଫୁଟ କରିଛନ୍ତି । ଅନେକ ମଣ୍ଡପରେ ଏଥର ବାରୁଆଳି ବା ପାର୍ଶ୍ଵ ମୂର୍ତ୍ତି ମଧ୍ୟ ତିଆରି କରିନାହାଁନ୍ତି ବୋଲି ପୂଜା କମିଟିର କର୍ମକର୍ତ୍ତା ମାନେ କହିଛନ୍ତି, ଦୂର୍ଗାପୂଜା ପାଇଁ ଆଗରୁ ବ୍ୟାପକ ଆୟୋଜନ କରିଥିଲୁ । କିନ୍ତୁ କାରୋନା ପାଇଁ ଏଥର ସବୁ ଆୟୋଜନକୁ ବନ୍ଦ କରିବାପାଇଁ ବାଧ୍ୟହେଲୁ ବୋଲି କହିଛନ୍ତି ପୂଜା କମିଟିର ସଦସ୍ୟମାନେ।
ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ସମ୍ମାନ ଦେଇ ଏଥର  ଦୁର୍ଗାପୂଜା କରାଯିବ। ପୂଜା ସମୟରେ ଡ଼ାକବାଜି ଯନ୍ତ୍ର ବାଜିପାରିବ ନାହିଁ। ଭକ୍ତମାନେ ପୂଜା ମଣ୍ଡପରେ ଭିଡ଼ କରି ପାରିବେ ନାହିଁ। ପୂଜା ସମୟରେ ମଣ୍ଡପ ଭିତରେ ୭ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ। ପୂଜା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ଠାକୁରଙ୍କ ଭସାଣି ସମୟରେ ଶୋଭାଯାତ୍ରା କରାଯାଇ ପାରିବ ନାହିଁ। ମଣ୍ଡପ ନିକଟରେ କୌଣସି ଉଠା ଦୋକାନ ବଜାର ମଧ୍ୟ ଖୋଲିବ ନାହିଁ । କିନ୍ତୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସରକାରଙ୍କ ଏହି ନିୟମ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ଡ ଜ୍ଞାନ ଦାସ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe