ଦଶହରା ଅବସରରେ ପୋଥି ପୂଜା 

Advertisment
ଦଶହରା ଅବସରରେ ପୋଥି ପୂଜା 

Sambad

ଭଞ୍ଜନଗର: ଆମ୍ବପୁଆ ଗ୍ରାମର ଆର୍ତ୍ତତ୍ରାଣ ଚିକିତ୍ସାଳାୟ ପକ୍ଷରୁ ଦଶହରା ଅବସରରେ ପୋଥି ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ନିଆରା ଢଙ୍ଗରେ ପୋଥି ପୂଜା ଆବାହନ କାଳରୁ ପୂଜା ହୋଇ ଆସୁଥିବା ବେଳେ ତାହା ଆଶ୍ବିନ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଦେବୀଙ୍କୁ ପୀଠ ସ୍ଥଳୀକୁ ଆବାହନ କରାଯାଉଛି। ଅଷ୍ଟମୀ ଅବସରରେ ହୋମ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଉଛି। ପୂଜକ ଭାବେ ରବିନାରୟଣ ପତି ସପ୍ତମୀ ତିଥିରେ ଷୋଡଶ ଉପଚାର ସହିତ ହୋମ, ତର୍ପଣ, ଚଣ୍ଡୀପାଠ ଆଦି ପୂଜାଚ୍ଚର୍ନା କରିବା ପରେ ଦଶହରା ଦିନ ବିସର୍ଜନ କାର୍ଯ୍ୟ ସମାପନ ହୋଇଥାଏ।

ଏଥିରେ ଡଃ. ସୀମାଞ୍ଚଳ ପତି, ଲକ୍ଷ୍ମୀନାରାୟଣ ପତି, ରଶ୍ମିନ ପତି, ଅମର କୁମାର ପତି, ପ୍ରକାଶ ଚନ୍ଦ୍ର ପତି, ଆକାଶ ପତି, ଶିବ ପ୍ରସାଦ ପତି, ସାଗର ତ୍ରିପାଠୀ, ସଙ୍ଗମ ତ୍ରିପାଠୀ ଏହି ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ। ଏହି ପୂଜାରେ ତାଳପତ୍ର ପୋଥି, ଆର୍ୟୁବେଦ ଶାସ୍ତ୍ର, ପୁରାଣ, ଭାଗତବ, ରାମାୟଣ ଠାରୁ ଆରମ୍ଭ କରି ବିଭିନ୍ନ ପୋଥିକୁ ପୂଜାର୍ଚ୍ଚନା କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe