ଜମୁଛି ପାର୍ବଣ ମାହୋଲ: ବଜାର ସରଗରମ୍

Advertisment

ଉତ୍ସବମୁଖର ଭଞ୍ଜନଗର

ଉତ୍ସବମୁଖର ଭଞ୍ଜନଗର

ଜମୁଛି ପାର୍ବଣ ମାହୋଲ: ବଜାର ସରଗରମ୍

Sambad

ଭଞ୍ଜନଗର: ପାର୍ବଣ ଆସିଛି। ମା’ଙ୍କ ଆଗମନ ପାଇଁ ଉତ୍ସବ ମୁଖର ହୋଇଉଠିଛି ପରିବେଶ। ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଆନନ୍ଦର ପରିବେଶ। ଦେବୀଙ୍କ ଆବାହନୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛନ୍ତି ସମସ୍ତେ। ଆନନ୍ଦର ସହ ପାଳନ କରିବାକୁ ନିଜ ନିଜ ଢଙ୍ଗରେ ଜୋରଦାର ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି। ଏହି ପାର୍ବଣ ପାଇଁ ଭଞ୍ଜନଗର ସହର ମଧ୍ୟ ସଜେଇ ହୋଇଛି। ଦୁର୍ଗତି ନାଶିନୀ ମାଁ ଦୁର୍ଗାଙ୍କ ଦଶହରାରେ ଆଜି ଦେବୀ ପୀଠରେ ମହାଅଷ୍ଟମୀ ଅନୁଷ୍ଠିତ ହୋଇଥିବା ବେଳେ ମୃଣୟୀ ମଣ୍ଡପ ଗୁଡ଼ିକରେ ସପ୍ତମୀ ପୂଜା ଆରମ୍ଭ ହୋଇଛି। କଟକଣା ବିହିନ ଦଶହରା ପାଇଁ ଲୋକଙ୍କ ମନରେ ଉତ୍ସାହ ବଢିଯାଇଥିବା ଦେଖାଦେଉଛି।

ସହରର ବିଭିନ୍ନ ଦୈବୀପୀଠମାନଙ୍କରେ ପୂଜା ରିତିନୀତି ଆରମ୍ଭ ହୋଇଥିବା ବେଳେ ଲୋକେ ମା’ଙ୍କ ଦର୍ଶନ ପାଇଁ ଖୁବ ଆନନ୍ଦିତ ରହିଛନ୍ତି। ରଙ୍ଗବେରଙ୍ଗର ଆଲୁଅରେ ସହର ଝଲସୁ ଥିବା ବେଳେ ବିଭିନ୍ନ ମଣ୍ତପରେ ପୂଜା ଆରମ୍ଭ ହୋଇଛି। ଭଞ୍ଜନଗର ଦଶହରାର ଏକ ସ୍ବତନ୍ତ୍ର ଆକର୍ଷଣ ରହିଥିଲା ବେଳେ ଏହାକୁ ଜାକଜମକରେ ପାଳନ କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମେନ୍‌ରୋଡ ସମେତ ସହରର ଅନ୍ୟ ପ୍ରମୁଖ ସ୍ଥାନରେ ଥିବା ବ୍ୟବସାୟିକ ଅନୁଷ୍ଠାନ ରଙ୍ଗିନ ଆଲୋକରେ ସଜ୍ଜା ହୋଇଛି। ଭଞ୍ଜ ସାହିତ୍ୟ ପରିଷଦ, ବିଡେକା ଅନୁଷ୍ଠାନ, ସରକାରୀ ବସ କାର୍ଯ୍ୟାଳୟ, ଖଲାସି ସାହିର ବିଶ୍ବଜନୀନ କଳାପରିଷଦ ଠାରେ ଗତକାଲି ଠାରୁ ଦେବୀଙ୍କ ଷଷ୍ଠୀ ପୂଜା ହୋଇଛି। ଆଜି ରୀତିନୀତି ଅନୁଯାୟୀ ସପ୍ତମୀ ପୂଜା ଆରମ୍ଭ ହୋଇଥିବା ବେଳେ ବିଡେକା ପକ୍ଷରୁ ଆଜି ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି।

publive-image Sambad

ବିଶେଷ କରି ୬୫ ଫୁଟ ଉଚ୍ଚର ସୁଉଚ୍ଚ ରାଜମହଲ ପ୍ରତିକାତ୍ମକ ତୋରଣ ପ୍ରମୁଖ ଆର୍କଷଣ ପାଲଟିଛି। ସେହିପରି ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ବହୁମାତ୍ରାରେ ରହିଥିବାର ଦେଖିବାକୁ ମିଳିଛି। ସହରର ଫୁଟପାତ୍‌ ଠାରୁ ଆରମ୍ଭ କରି ବଡ ସୋରୁମ୍‌ ପର୍ଯ୍ୟନ୍ତ ସବୁଠି ଭିଡ ଦେଖିବାକୁ ମିଳିଛି। ବିଶେଷ କରି ଡ୍ରେସ, ଇଲୋକ୍ଟ୍ରୋନିକ୍ସ ଓ ଗାଡି ଦୋକନରେ ପ୍ରବଳ ଭିଡ ରହୁଛି। ଦଶହାରାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନି ମାନେ ଓ ଦୋକାନୀ ମାନେ ଡିସକାଉଣ୍ଟ ଅଫରମାନ ରଖିଛନ୍ତି। କେଉଁଠି ଗିଫ୍ଟ ଅନ୍ୟ କେଉଁଠି ଡିସକାଉଣ୍ଟ ଏହିପରି ଅଫର ମିଳୁଛି ଗ୍ରାହାକଙ୍କୁ। ଗ୍ରାହାକଙ୍କ ନିଜର ସାମଗ୍ରୀ ପ୍ରତି ଆକୃଷ୍ଟ କରାଇାବା ପାଇଁ ଦୋକାନୀ ମାନେ ବାହାରେ ପସରା ମଧ୍ୟ ପକାଇଛନ୍ତି। ଏହାସହ ସହର ମୁଖ୍ୟ ରସ୍ତାର ଦୁଇ ପାର୍ଶ୍ବରେ ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ଆସି ବ୍ୟବସାୟ କରୁଛନ୍ତି। ଫୁଟପାତରେ ୧୦୦ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ମଧ୍ୟରେ ଡ୍ରେସ ବିକ୍ରି କରୁଛନ୍ତି। ସେହିପରି ପୂଜାରେ ସଜେଇବା ପାଇଁ ରଙ୍ଗୀନ ମାଳ, ରଙ୍ଗୀନ କପଡା, ବିଭିନ୍ନ ଧରଣର ଷ୍ଟିକର ଗୁଡିକର ପସରା ପଡିଥିବାର ଦେଖିବାକୁ ମିଳିଛି। ଫୁଟପାତ ବ୍ୟବସାୟୀ ମାନେ ସେମାନଙ୍କ ବେପାରକୁ ନେଇ ସନ୍ତୁଷ୍ଟ ରହିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe