କୁଚିଣ୍ଡାରେ ପ୍ରସିଦ୍ଧ ଦଶହରା: ମାଁ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ

Advertisment
କୁଚିଣ୍ଡାରେ ପ୍ରସିଦ୍ଧ ଦଶହରା: ମାଁ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଦଶହରା ପର୍ବ ୯୩ତମ ବର୍ଷରେ ପଦାର୍ପଣ କରିଛି। ବର୍ଷ ୧୯୨୮ମସିହାରେ ଆରମ୍ଭ ହୋଇଥିବା ଏହି ଦଶହରା ପର୍ବ ପଶ୍ଚିମ ଓଡ଼ିଶାରେ ବିଖ୍ୟାତ। ରାବଣପୋଡି ପାଇଁ ସାତଦିନ ଧରି କୁଚିଣ୍ଡା ସହର ଉତ୍ସବ ମୁଖରିତ ହେଉଥିବା ସମୟରେ ଚଲିତ ବର୍ଷ ଏହା ଫିକା ପଡିଛି। ପୂର୍ବ ବର୍ଷ ମାନଙ୍କରେ ଲକ୍ଷାଧିକ ଲୋକ ଏହି ଯାତ୍ରା ଉପଭୋଗ କରିବା ଓ ମାଁଙ୍କ ଦର୍ଶନ ପାଇଁ ଆସୁଥିବା ସମୟରେ କୋଭିଡ ୧୯ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ କଟକଣା ଲଗାଯାଇଛି। ଭଷାଣୀ ଉତ୍ସବ, ସାଜସଜ୍ଜା, ରାବଣପୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ କରାଯାଇଛି।

ଆଜି ପବିତ୍ର ମହାସପ୍ତମୀ ପୂଜା ଅବସରରେ ମା’ ଓ ଭଉଣୀମାନେ ଭାଇମାନଙ୍କ ଶୁଭକାମନା କରି ଉପବାସ ରହି ମାଁଙ୍କ ଦର୍ଶନ କରିଛନ୍ତି। ଆଜି ସକାଳୁ ସହରରେ ରହିଥିବା ତିନୋଟି ମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ କରି ସର୍ବ ସାଧାରଣଙ୍କ ପାଇଁ ମାଁଙ୍କ ମୁହଁ ଖୋଲାଯାଇଥିଲା। ପୂଜା କମିଟି ପୁଲିସ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖି ଜଣେ ପରେ ଜଣେ ଭକ୍ତଙ୍କୁ ମାଁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିଥିଲେ। ଗତ ୯୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାମଲକ୍ଷ୍ମଣଙ୍କ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାବଣପୋଡି ପରଂପରା ଓ ପଡିଆରେ ଖେଳକୁଦ କାର୍ଯ୍ୟକ୍ରମ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe