Advertisment

ଚିଟଫଣ୍ଡ ଠକେଇ ଘଟଣା: ବ୍ୟାଙ୍କ କାରବାର ଯାଞ୍ଚ କରୁଛି ଇଡି

Advertisment
ଗୋଲ୍‌ଡେନ୍‌ ଲୋନ ଚିଟ୍‌ଫଣ୍ଡ ମାମଲା: ୨୭ହଜାର ଠକେଇ ଶିକାର, ୫%ଙ୍କୁ ନ୍ୟାୟ

Patrika

ବ୍ରହ୍ମପୁର: ଗୋଲଡେନ୍‌ ଲ୍ୟାଣ୍ଡ୍‌ ଚିଟ୍‌ଫଣ୍ଡ କମ୍ପାନି ଲିଙ୍କ୍‌ରେ ହୋଇଥିବା ଠକେଇ ମାମଲାର ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଗତକାଲି ଇଡିର ଅଧିକାରୀମାନେ ସିଆର୍‌ପିଏଫ୍‌ଙ୍କୁ ନେଇ ବ୍ରହ୍ମପୁର ସହରରେ ଚଢ଼ଉ କରିଥିଲେ। ବ୍ରହ୍ମପୁର ସହରର ବିଭିନ୍ନ ୪ଟି ସ୍ଥାନରେ ଚଢ଼ଉ କରି ଆର୍ଥିକ କାରବାର ଓ ଚିଟ୍‌ଫଣ୍ଡ କମ୍ପାନି ସହିତ ଲିଙ୍କ୍‌ ନେଇ ଖୋଳତାଡ଼ କରିଥିଲେ।

ସେହିପରି ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମ ଓ ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ଗ୍ରାମରେ ମଧ୍ୟ ଚଢ଼ଉ କରାଯାଇଥିଲା। ତେବେ ଏହି ଚଢ଼ଉ ପରେ ଚିଟ୍‌ଫଣ୍ଡ କାରବାର ସମ୍ପର୍କିତ କେତେ ଟଙ୍କା ଜବତ ହୋଇଛି କି ନାହିଁ ସେ ନେଇ ଇଡି ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ସେହିପରି ଚିଟ୍‌ଫଣ୍ଡ କମ୍ପାନିର ଜମି କାରବାର ଉପରେ ମଧ୍ୟ ଇଡି ତଦନ୍ତ କରୁଛି। ଇଡି ଗତକାଲି ଯେଉଁମାନଙ୍କ ଘର ଓ ବିଲ୍ଡର୍‌ ସଂସ୍ଥାର କାର୍ଯ୍ୟାଳୟରେ ଚଢ଼ଉ କରିଥିଲା, ଆଜି ସେମାନଙ୍କ ବ୍ୟାଙ୍କ କାରବାର ଯାଞ୍ଚ କରୁଥିବା ସୂଚନା ମିଳିଛି। ଏପରିକି ବ୍ରହ୍ମପୁରରୁ ଏକ ଲିଙ୍କ୍‌ ପାଇ ଇଡି ଭୁବନେଶ୍ବରରେ ରହୁଥିବା ଜଣେ ବିଲ୍ଡର୍‌ଙ୍କ ଆର୍ଥିକ କାରବାର ଯାଞ୍ଚ କରୁଥିବା ସୂଚନା ମିଳିଛି। ଅଦ୍ୟାବଧି ଇଡି ତରଫରୁ କୌଣସି ସଠିକ୍‌ ସୂଚନା ଦିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe