ଘୁ ଉଦୟଗିରି: ସ୍ଥାନୀୟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ‘ଶିକ୍ଷା ସପ୍ତାହ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ସହ ମାନସିକ, ଶାରୀରିକ ଓ ସାମାଜିକ ଦକ୍ଷତାର ବିକାଶ ମଧ୍ୟ ସମ୍ଭବ ହୋଇପାରୁଛି। ଏହାଦ୍ୱାରା ପିଲାମାନେ ରାଷ୍ଟ୍ରବାଦୀ ଚିନ୍ତାଧାରାରେ ଅଭିପ୍ରେରିତ ହେବା ସହ ଶିକ୍ଷା ପ୍ରତି ଆକୃଷ୍ଟ ହେବେ। ସପ୍ତାହବ୍ୟାପି ପ୍ରତ୍ୟେକ ଦିନ ଏକ ସ୍ୱତନ୍ତ୍ର ଦିବସ ପାଳନ କରାଯାଉଅଛି। ଆଜି ପଞ୍ଚମ ଦିବସରେ ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବିକାଶ ଓ ପ୍ରଯୁକ୍ତି ବିଦ୍ୟା ଦିବସ ଭାବରେ ପାଳନ କରାଯାଇଛି। ଆଜିକାର ଏହି କାର୍ଯ୍ୟକ୍ରମରେ କଳିଙ୍ଗା ଡୁଗୁଡ଼ିପାରି କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ଏହି ଦିବସକୁ ପାଳନ କରିବା ଅବସରରେ ଘୁ ଉଦୟଗିରି ଗୋଷ୍ଟି ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିହିର କାନ୍ତ ପ୍ରଧାନ, ରଞ୍ଜନ କୁମାର ରାଉତ ରାୟ, ଉତ୍ସ କେନ୍ଦ୍ର ସଂଯୋଜକ ଲଳିତା କହଁର, ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।
ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ କିପରି ସେମାନଙ୍କର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହାସଲ କରିପାରିବେ, ଯେପରି, ସମସ୍ତ ଛାତ୍ରଛାତ୍ରୀମାନେ ଡିଜିଟାଲ୍ ଦକ୍ଷତା ବିକାଶ ସହିତ, ଅର୍ଥନୀତି ପାଇଁ ଅଂଶ ଗ୍ରହଣ କରିବେ ଓ ଉନ୍ନତ ହେବେ ସେହି ବିଷୟରେ ଶିଖିବା ସହିତ ଅର୍ଥନୈତିକ ଦକ୍ଷତା ବିକାଶ କରିବା ବିଷୟରେ ଜ୍ଞାନ ଆହରଣ କରିବେ ସେହି ବିଷୟରେ ସମସ୍ତଙ୍କୁ ଶିକ୍ଷା ଦିଆଯାଇଥିଲା।
Follow Us