ସମ୍ବଲପୁର: ସୋମବାର ଗୋଲବଜାରଠାରେ ସ୍ବାଭିମାନ ଓଡ଼ିଶା ପକ୍ଷରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଚାରି କୋଟି ଓଡ଼ିଆଙ୍କ ମନକୁ ଆଘାତ ପହଞ୍ଚାଇଥିବାରୁ ଶ୍ରୀ ପଣ୍ଡା ତୁରନ୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ମହେଶ ଗର୍ଡିୟାଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କୁନା ବାଘ, ହରି ମାଝୀ, ମୋହିତ ଦାସ, ଅଙ୍କିତ ସୁନା, ରୁଦ୍ର ପ୍ରହରାଜ,ବିଜୟ ସିଂ, ଡାକ୍ତର ଓରାମ, ଭାସ୍କର ପାଣ୍ଡିୟ, ବିଶ୍ଵ ଖଡିୟ, ସାହିଲ୍ ଖାନ୍, ତରୁଣ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।
ବୈଜୟନ୍ତ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ
Advertisment
Follow Us