ବାଲେଶ୍ବରରେ ଦୁଇମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

Advertisment
ବାଲେଶ୍ବରରେ ଦୁଇମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ବାଲେଶ୍ବର : ବାଲେଶ୍ଵରରେ ଦୁଇମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିବା ସହ କଳା ପତାକା ଦେଖାଇଲେ ଛାତ୍ର କଂଗ୍ରେସ କର୍ମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ଵର ଗସ୍ତରେ ଆସି ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଛାତ୍ର କଂଗ୍ରେସ କର୍ମୀ କଳା ପତାକା ଦେଖାଇବା ସହ ଅଣ୍ଡା ମାଡ଼ କରିଥିଲେ। ୧୬ ନମ୍ବର ଜାତୀୟ ରାଜପଥର ସେରଗଡ଼ ଛକ ନିକଟରେ ଅଣ୍ଡା ମାଡ଼ ହୋଇଥିବା ଖବର ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ନେଇ ଅଣ୍ଡାମାଡ଼ ଓ କଳାପତାକା ଭୟରେ ଗତକାଲି ରାତିରୁ ବିଜେପି ଓ କଂଗ୍ରେସର ବହୁ ନେତା ଓ କର୍ମୀଙ୍କୁ ପୁଲିସ ଘରୁ ଉଠାଇ ନେଇ ଅଟକ ରଖିଥିଲେ ହେଁ ଆଜି ଫେରିବା ବେଳେ ଛାତ୍ର କଂଗ୍ରେସ  ଦୁଇ ମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିବାରେ ସଫଳ ହୋଇଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe