ପଣ୍ଡ ହେଲା ବଡ଼ଧରଣର ଡକାୟତି: ୮ ଅଭିଯୁକ୍ତ ଗିରଫ 

Advertisment
ପଣ୍ଡ ହେଲା ବଡ଼ଧରଣର ଡକାୟତି: ୮ ଅଭିଯୁକ୍ତ ଗିରଫ 

ଦେଓଗାଁ: ବଲାଙ୍ଗୀର ପୁଲିସର ଏକ ସ୍ପେଶାଲ ଟିମ ତୁଷୁରା ଥାନା ଅଞ୍ଚଳର ବିଭିନ୍ନ ଗାଁରେ ଚଢ଼ାଉ କରି ୮ ଜଣ ଅଭିଯୁକ୍ତଙ୍କ ସହ ଅନ୍ତଃ ରାଜ୍ୟ ଡକାୟତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହି ହାର୍ଡକୋର ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି କାର, ଦୁଇଟି ବାଇକ ସହ ସହ ଲୁହା ରଡ଼ ଏବଂ ଧାରୁଆ ଅସ୍ତ୍ରକୁ ଜବତ କରିଛି ପୁଲିସ।

ଏନେଇ ତୁଷୁରା ପୁଲିସ ଏକ ମାମଲା ରୁଜୁ କରି ତୁଷୁରା ଥାନା ଆଟଗାଁ ର ଶୁଭ୍ରାଂଶୁ ଦୀପ (୨୭), ହିମାଂଶୁ ଦୀପ (୨୩), ଶିରାବାହାଲ ଗାଁର ଗୁପ୍ତେଶ୍ଵର ଛତ୍ରୀଆ(୨୯), ଡୁଙ୍ଗି ବାହାଲର ଶକ୍ତିମାନ ସାଗର(୨୬), ଗଜପତି ଜିଲ୍ଲା ପିଣ୍ଡିଆ ଗାଁର ମନୋଜ ବିଶୋଇ(୩୭), ଛତିଶଗଡ଼ ରାଜ୍ୟ ତେଲିବନ୍ଧ ଥାନା ଅଞ୍ଚଳର ପଙ୍କଜ ଉଡ଼ିଆୟନ(୩୦), ଗୌରବ ବର୍ମା(୨୦), ନିରାଜ କୁମାର (୨୧)କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନଙ୍କର ଜାମିନ ନା ମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ତଦନ୍ତ ଅଧିକାରୀ ଭାବରେ ଏସଆଇ ଭାନୁପ୍ରିୟା ମହାନ୍ତି ରହିଛନ୍ତି।

ସୂଚନାଯୋଗ୍ୟ ଯେ ଏକ ବଡ଼ଧରଣର ଡକାୟତି ହେବାର ସୂଚନା ବଲାଙ୍ଗୀର ଏସପି ପାଇବା ପରେ ଏକ ସ୍ପେଶାଲ ଟିମ ଗଠନ କରି ତୁଷୁରା ପୁଲିସର ଅଜାଣତରେ ଗୁଡ଼ଭେଳା ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିଭିନ୍ନ ମାମଲାରେ ଅପରାଧୀ ଥିବା ଯୁବକଙ୍କୁ କାବୁ କରି ତଦନ୍ତ ଜାରି ରଖିଥିଲା। ଡକାୟତି ଯୋଜନାକୁ ପଣ୍ଡ କରି ପୁଲିସ ଅପରାଧିକୁ ଧରିବାରେ ସଫଳ ହୋଇଥିବାରୁ ପ୍ରଶଂସାର ପାତ୍ର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe