ଅପଣ୍ଡା-ଓରାଳି ସୀମା ବିବାଦ, ଦୋକାନ ପୋଡ଼ାଜଳା ଘଟଣା‌‌ରେ ୮ ଗିରଫ

Advertisment

ଘଟଣାସ୍ଥଳକୁ ଗଲେ ଆନନ୍ଦପୁର ଓ ଭଣ୍ଡାରିପୋଖରୀ ବିଧାୟକ

ଘଟଣାସ୍ଥଳକୁ ଗଲେ ଆନନ୍ଦପୁର ଓ ଭଣ୍ଡାରିପୋଖରୀ ବିଧାୟକ

୨ ଥାନା ଇଲାକାରେ ଗୋଷ୍ଠୀ ସଂଘର୍ଷ, ମାରପିଟ୍ ମାମଲା:୧୪ ଅଭିଯୁକ୍ତ ଗିରଫ

Image Courtesy of India Today

ଭଦ୍ରକ/ବନ୍ତ: ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ସୀମାନ୍ତ ବନ୍ତ ଓ ହାଟଡିହି ବ୍ଲକ ମଧ୍ୟରେ ଲାଗି ଥିବା ସୀମା ବିବାଦକୁ ନଇେ ଓରାଳି ଓ ଆପଣ୍ଡା ଛକ‌ରେ ଦୋକାନ ପୋଡାଜଳା ଓ ଗଣ୍ଡଗୋଳ ଘଟଣାରେ ଗତକାଲି ଓ ଆଜି ଉଭୟ ପକ୍ଷରୁ ମୋଟ ୮ଜଣ ଗଣ୍ଡଗୋଳକାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଗତକାଲି ଓରାଳି ଗ୍ରାମରୁ ୫ ଜଣ ଓ ଆଜି ଅପଣ୍ଡା ଗ୍ରାମରୁ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଆଜି ଆପଣ୍ଡା ଗ୍ରାମରୁ ଗିରଫ ହୋଇଥିବା ତିନିଜଣ ବ୍ୟକ୍ତି ହେଲେ, କୋଦଣ୍ଡଧର ଜେନା, ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ। ଗିରଫ କରାଯିବା ପରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ଏହି ଘଟଣାରେ ଅନ୍ୟ ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବାରୁ ଆପଣ୍ଡା-ଓରାଳି ଛକରେ ଆସନ୍ତା ୧୮ ତାରିଖ ଦିନ ୧୧ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିଥିବା‌ ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଣ୍ଡୋଗୋଳକାରୀଙ୍କ ଉପରେ ପୁଲିସ କଡାକଡି ନଜର ରଖିଛି। ଏଥିପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ସ୍ଥିତି ଅନୁଧ୍ୟାନ ପାଇଁ ଗତକାଲି ଘଟଣାସ୍ଥଳକୁ ଆନନ୍ଦପୁର ବିଧାୟକ ଭାଗୀରଥୀ ସେଠୀ ଆସିଥିବା ବେଳେ ଏହି ସୀମା ବିବାଦକୁ ଆପୋଷ ଆଲୋଚନା ଦ୍ବାରା ସମାଧାନ କରାଯିବ ବୋଲି କହିଥିବା ବେଳେ ଆଜି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୀମା ବିବାଦକୁ ନେଇ ଓରାଳି ଓ ଆପଣ୍ଡା ମଧ୍ୟରେ ଚାଲିଥିବା ବିବାଦର ଆପୋଷ ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ସାମଲ ପ୍ରତିଶ୍ରୁତି ଦେଇଛନ୍ତି। ଆଇନକୁ କେହି ହାତକୁ ନେବା ଉଚିତ୍ ନୁହେଁ। କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଉଭୟ ପଡ଼ୋଶୀ ଜିଲ୍ଲା। ଉଭୟ ଜିଲ୍ଲାର ଲୋକ ମାନଙ୍କ ଭିତରେ ସମ୍ପର୍କ ଭଲ ରହିବା‌ ଉଚିତ ବୋଲି ଶ୍ରୀ ସାମଲ କହିଥିବା ବେଳେ ଉଭୟ ଆପଣ୍ଡା ଓ ଓରାଳି ଗ୍ରାମର ସୀମାକୁ ନେଇ ଯେଉଁ ବିବାଦ ଦେଖା ଦେଇଛି। ଏଥିପାଇଁ ଉଭୟ ଜିଲ୍ଲାର ଜିଲ୍ଲାପାଳ ସ୍ତରରେ ବୈଠକ ଡକାଯାଇ ଏହାର ସମାଧାନ କରାଯିବ। ସେଥିପାଇଁ ଲୋକମାନେ ସହଯୋଗ କରିବାର ଆବଶ୍ୟକତା ରହିଛି। ନିଜ ନିଜ ଭିତରେ ହିଂସାତ୍ମକ ଆଚରଣ ସୃଷ୍ଟି କରିବା ଉଚିତ ନୁହେଁ। ଅପଣ୍ଡା ଓ ଓରାଳି ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ବିଧା‌ୟକ ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe