ଜୁଆ ଆଡ୍ଡାରେ ଚଢ଼ଉ: ୩୬ ହଜାର ଟଂକା ଜବତ, ୮ ଗିରଫ

ଜୁଆ ଆଡ୍ଡାରେ ଚଢ଼ଉ: ୩୬ ହଜାର ଟଂକା ଜବତ, ୮ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ଏବେ ଜୁଆ ଆଡ୍ଡା ଉପରେ ଜୋରସୋରରେ ଚଢଉ ଆରମ୍ଭ କରିଛି। ଜିଲ୍ଲାର ଓର୍କେଲ ପୁଲିସ ପୁଣି ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ୩୬ ହଜାର ୭୮୦ ଟଂକା ଜବତ କରିଥିବା ବେଳେ ୮ ଜଣ ଜୁଆଡିଙ୍କୁ ଗିରଫ କରିଛି। ଏଥିସହ ଏକ କ୍ରେଟା କାରକୁ ମଧ୍ୟ ଜବତ କରିତିବା ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି। ଗତ କିଛି ଦିନ ତଳେ ମଧ୍ୟ ଓର୍କେଲ ପୁଲିସ ଜୁଆ ଅଡ୍ଡାରେ ଚଢଉ କରିଥିଲା। ଏହି ଚଢଉରେ ୨ ଲକ୍ଷ ଟଂକା ଜବତ କରିବା ସହ ୩୧ ଜଣକୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ଦୀପାବଳି ପାର୍ବଣ ଋତୁ ଚାଲୁଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଖେଳ ଜୋରସୋରରେ ଚାଲିଛି, ଯାହାକୁ ରୋକ ଲଗାଇବା ପାଇଁ ପୁଲିସ ମଧ୍ୟ ପ୍ରୟାସ ଆରମ୍ଭ କରିଛି।

ରାଜ୍ୟରେ ବେଆଇନ୍‌ ଭାବେ ଖେଳାଯାଉଥିବା ଜୁଆ ଯୋଗୁଁ ସଂପୃକ୍ତ ଜୁଆଡ଼ିମାନଙ୍କର ଘରେ ଅଶାନ୍ତି ସୃଷ୍ଟି ହେଉଛି। ଏହି ବ୍ୟକ୍ତିମାନେ ‌ଘରେ କଳହ କରୁଛନ୍ତି। ଅନେକ କ୍ଷେତ୍ରରେ ଜୁଆଡ଼ିଙ୍କ ପରିବାର ମଧ୍ୟ ଭାଙ୍ଗିଯାଉଥିବା ନଜିର ରହୁଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe