ଜୁଆ ଆଡ୍ଡା ଉପରେ ଚଢ଼ାଉ: ୮ ଗିରଫ, ୪୫ ହଜାର ଟଙ୍କା ଜବତ

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୮ ଗିରଫ, ୪୫ ହଜାର ଟଙ୍କା ଜବତ

ଆସିକା: ଗଂଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ପାଣ୍ଡିଆପଥର ପଂଚାୟତର ସୁନାପଲ୍ଲୀ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ ପରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ୮ ଜୁଆଡିଙ୍କ ନିକଟରୁ ୪୫ହଜ଼ାର ଟଙ୍କା, ୮ଟି ମୋବାଇଲ ଓ ୪ ଟି ବାଇକ ଜବତ କରାଯାଇଛି। ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି।

publive-image

ଜୁଆଡିମାନେ ହେଲେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଭାଟଖାଲି ଗାଁର ନବ ବିଶୋୟୀଙ୍କ ପୁଅ ପ୍ରଦୀପ ବିଶୋୟୀ (୨୪), ଭଗବାନ ବିଶୋୟୀଙ୍କ ପୁଅ ରାଜୀବ ବିଶୋୟୀ (୩୪), କନିଆରୀ ଗାଁର ବିଜୟ ସାହୁଙ୍କ ପୁଅ ପଦ୍ମନାଭ ସାହୁ (୩୬), ବାଲିଛାଇ ଗାଁ ମହେଶ୍ୱର ରଣାଙ୍କ ପୁଅ କାଳୁ ରଣା (୨୭), ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗାଁର କହ୍ନେଇ ଗୌଡ଼ଙ୍କ ପୁଅ ବୁଲୁ ଗୌଡ଼ (୨୮), ଉଦୟନାଥ ସେଠୀଙ୍କ ପୁଅ ଶିବ ଶଙ୍କର ସେଠୀ (୩୫), ଲକ୍ଷ୍ମଣ ଦୋରାଙ୍କ ପୁଅ ରାମ ରାଓ ଦୋରା (୪୫) ଓ ସୁନାପଲ୍ଲୀ ଗାଁର ଦଣ୍ଡାସୀ ବେହେରାଙ୍କ ପୁଅ ବାବୁଲା ବେହେରା (୪୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe