ସା‌ଇକେଲରେ ଦାମନଯୋଡ଼ିରୁ ଯାଉଥିଲେ ନୟାଗଡ଼, ୮ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପୁଲିସ୍ 

Advertisment
ସା‌ଇକେଲରେ ଦାମନଯୋଡ଼ିରୁ ଯାଉଥିଲେ ନୟାଗଡ଼, ୮ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପୁଲିସ୍ 

ରାୟଗଡ଼ା: ଭୋର୍ ୩ଟାରୁ କୋରାପୁଟ ଜିଲ୍ଲା ଦାମନଯୋଡ଼ିରୁ ବାହାରିଥିଲେ ଗାଁ ଅଭିମୁଖେ। ସକାଳେ ଟାଉନ୍ ଥାନା ପୁଲିସ୍ ହାବୁଡ଼ରେ ପଡ଼ିଲେ। ପଚରା ଉଚରା ପରେ ମେଡ଼ିକାଲ୍ ନେଇ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପରେ ୮ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖିଛି ଜିଲ୍ଲା ପୁଲିସ୍, ପ୍ରଶାସନ। ସମସ୍ତ ଶ୍ରମିକଙ୍କ ଘର ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ।

ଦାମନଯୋଡ଼ି ଅଞ୍ଚଳରେ ବିଭିନ୍ନ କାମଧନ୍ଧାରେ ମୁତୟନ ଥିବା ଏହି ଶ୍ରମିକମାନେ ଲକଡାଉନ୍ ଯୋଗୁ ଫସି ରହିଥିଲେ। ଦୀର୍ଘ ୧ ମାସ ହେଲା ବହୁ ଅସୁବିଧାର ସମ୍ମୁଖୀନ ହୋଇ ଏମାନେ ଚଳୁଥିଲେ। ରୋଜଗାର ହରାଇବା ପରେ ଶ୍ରମିକମାନେ ଚିନ୍ତିତ ହୋଇ ପଡ଼ିବା ସହ ପରିବାର ଲୋକ ଭିଟାମାଟିରେ ଥିବାରୁ ଗାଁ ଅଭିମୁଖେ ଯିବାକୁ ନିଷ୍ପତ୍ତି ନେଇଥିଲେ।

ଗତକାଲି ଭୋର୍ ୩ଟାରେ ଶ୍ରମିକମାନେ ଦାମନଯୋଡ଼ିରୁ ବାହାରି ନୟାଗଡ଼ ଅଭିମୁଖେ ଯାଉଥିଲେ। ପୂର୍ବାହଣରେ ରାୟଗଡ଼ା ଟାଉନ୍ ଥାନା ପୁଲିସ୍ ପେଟ୍ରୋଲିଂ କରୁଥିବା ବେଳେ ଶ୍ରମିକଙ୍କୁ ଅଟକାଇ ପଚରା ଉଚରା କରିଥିଲା। ଶ୍ରମିକମାନେ ଜିଲ୍ଲା ପାର ହୋଇ ଯାଉଥିବା ପୁଲିସ୍ ସ୍ପଷ୍ଟ ହେବା ପରେ ସମସ୍ତଙ୍କୁ ଥାନାରେ ଅଟକ ରଖିବା ସହ ସାଇକେଲ୍ ଜବତ କରିଥିଲା। ରାପିଡ୍ ରେସପନସ୍ ଟିମ୍ ଥାନାରେ ପହଞ୍ଚି ଶ୍ରମିକଙ୍କୁ ମେଡ଼ିକାଲ୍ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କ୍ୱାରେଣ୍ଟାଇନରେ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe