ବ୍ୟବସାୟୀଙ୍କୁ ଆକ୍ରମଣ, ୮ ଅଭିଯୁକ୍ତ ଗିରଫ

Advertisment
ନାବାଳିକାଙ୍କୁ ପ୍ରେମ ଓ ପ୍ରତାରଣା, ଯୁବକ ଗିରଫ

Image Courtesy of India Today

ଭଦ୍ରକ: ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଏଲଖା ଅଞ୍ଚଳର ବ୍ୟବସାୟୀ ଲକ୍ଷ୍ମଣ ମିଶ୍ର ଓ ତାଙ୍କ ଝିଅଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଅଞ୍ଚଳର ରଥିଆ ଜେନାଙ୍କ ପରିବାର ଲୋକ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଇ  ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଶ୍ରୀ ମିଶ୍ର ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ଆକ୍ରମଣ ଘଟଣାରେ ସଂପୃକ୍ତ ରଥିଆ ଜେନା ଓ ତାଙ୍କ ପରିବାରର ୮ ଜଣ ସଦସ୍ୟଙ୍କୁ  ଭଦ୍ରକ ଟାଉନ ପୁଲିସ ଗିରଫ କରିଛି।  ଘଟଣାରେ  ଟାଉନ୍ ଥାନା  କେସ୍ ନମ୍ବର ୨୮୩/୨୧ରେ  ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

ରାସ୍ତାରେ  ଟ୍ରାକ୍ଟର  ଯିବା ଆସିବା କରିବା‌ ଘଟଣାରୁ  ଉଭୟ ପରିବାର ମଧ୍ୟ ପାଟିତୁଣ୍ଡ ହୋଇଥିଲା। ଏଇ ସାମାନ୍ୟ ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା  ବୃଦ୍ଧି ପାଇଥିଲା। ଯାହାର ପ୍ରତିଶୋଧ ନେବାକୁ ଯାଇ ରଥିଆଙ୍କ ପରିବାର ଶ୍ରୀ ମିଶ୍ରଙ୍କ ପରିବାର ଉପରେ ରାଗ ସୁଝାଇବାକୁ ଯାଇ  ମରଣାନ୍ତକ ଆକ୍ରମଣ କରିଥିଲେ। ଭଦ୍ରକ ସହର ଭିତରେ ଜଣେ ବ୍ୟବସାୟୀଙ୍କୁ ଏଭଳି ଭାବେ ଆକ୍ରମଣ ଘଟଣାକୁ ସହରର ବୁଦ୍ଧିଜୀବୀ  ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe