ହାତ ବୋମା-ବିଦ୍ୟୁତ୍‌ ତାର ଖଞ୍ଜି ବାର୍‌ହା ଶିକାର ଯୋଜନା: ୮ ଶିକାରୀ ଗିରଫ 

Advertisment
ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ପକ୍ଷରୁ ଆଜି ତେଲକୋଇ ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ଚଢ଼ଉ କରାଯାଇ ୮ ଶିକାରୀଙ୍କୁ ଗିରଫ କରାଯାଇଛି।ସାମନାଳୀ-କୋଇଲିସୁତା ପିଆରଏଫ ଜଙ୍ଗଲରେ ହାତ ବୋମା ଖଞ୍ଜି ବାର୍‌ହା ଶିକାର ଅଭିଯୋଗରେ ୪ ଜଣ ଓ ବିଞ୍ଝବାହାଳ ଡିପିଏଫ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ଭାଲୁ ଶିକାର ଅଭିଯୋଗରେ ୪ ଜଣଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଗିରଫ ଶିକାରୀମାନେ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମର ଲୁଲୁ ମୁଣ୍ଡା, ଗୁରୁଚରଣ ନାୟକ, ଦେଉଳଡିହା ଗ୍ରାମର ସୁରେଶ ମୁଣ୍ଡା, ବାଲେଶ୍ଵର ଗ୍ରାମର କ୍ଷୀରୋଦ ନାୟକ, ବିଞ୍ଝବାହାଳ ଗ୍ରାମର କାର୍ତ୍ତିକ ସାହୁ, ବୀରକିଶୋର ସାହୁ, କଣ୍ଟାବାହାଳ ଗ୍ରାମର କାହ୍ନୁ ଜୁଆଙ୍ଗ ଓ ଜଗମୋହନପୁର ଗ୍ରାମର ହବିଲ ମୁଣ୍ଡା।ସେମାନଙ୍କ ନିକଟରୁ ବାହରା ମାଂସ, ହାତ ବୋମା, ମୃତ ଭାଲୁ, ବିଦ୍ୟୁତ ତାର, ଲାଠି ଓ ଏକ ଟ୍ରାକ୍ଟର ଜବତ କରାଯାଇଛି। ମୃତ ଭାଲୁକୁ ତେଲକୋଇ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଦୀପ୍ତିମୟୀ ବଢେଇ ଶବ ବ୍ୟବଚ୍ଛେଦ କରିଛନ୍ତି। ଗତକାଲି ଏସିଏଫଓ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ବରେ ବନ ବିଭାଗର ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଶିକାରୀଙ୍କୁ ଗରିଫ କରାଯାଇଛି। ସମସ୍ତ ଗିରଫ ଶିକାରୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe