ସୀମାନ୍ତରେ ୮ ନକ୍ସଲଙ୍କ ଆତ୍ମସମର୍ପଣ

Advertisment
ସୀମାନ୍ତରେ ୮ ନକ୍ସଲଙ୍କ ଆତ୍ମସମର୍ପଣ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ଆଜି ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ ପ୍ରଶାସନ ତରଫରୁ ଘରକୁ ଫେରି ଆସ ଯୋଜନାରେ ମାଓବାଦୀ ମାନଙ୍କୁ ପୁଣି ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଉଜ୍ୟମ କରାଯାଉଛି। ଏହି ପରିପ୍ରେକ୍ଷୀରେ ବହୁ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି। ଆଜି ଜିଲ୍ଲା ଏସପି କେ.ଏଲ ଧ୍ରୁବଙ୍କ ସମ୍ମୁଖରେ ଏହି ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ବଞ୍ଜାମ ଭୀମା, ରବୀ, କୋସା, ଦେବା, ଦିରଦୋ ଗଙ୍ଗା, ସୋଡି ଦୁଲା, କାବାସୀ ଦେବା ଏବଂ ମାଡବି କଲାବତି। ଏମାନଙ୍କ ମଧ୍ୟରୁ ବଞ୍ଜାମ ଭୀମା ନାମରେ ସରକାର ୨ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ।

publive-image Sambad

ଏମାନଙ୍କ ମଧ୍ୟରୁ ଏକ ନକ୍ସଲ ଦମ୍ପତ୍ତି ମଧ୍ୟ ରହିଛନ୍ତି। ଜଣେ ନକ୍ସଲ ବନ୍ଧୁକ ସହ ଆତ୍ମସମର୍ପଣ କରିଥିଲା।ସଂଗଠନରେ ନିର୍ଯାତନା ବଢୁଥିବାରୁ ଏମାନେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲେ ବୋଲି କୁହାଯାଇଛି। କିନ୍ତୁ ପ୍ରକୃତରେ ସଂଗଠନରେ ଏବେ କରୋନା ଭୟ ଘାରିଛି। ନକ୍ସଲଙ୍କୁ କରୋନା ହେବା ପରେ ନିଜ ନିଜ ଘରକୁ ଫେରିଯାଇଥିବା ବେଳେ ବହୁ ନକ୍ସଲ ଜଂଗଲରେ ହିଁ ମୃତ୍ୟୁବରଣ କରିଥିବା କୁହାଯାଇଛି। ପୁଲିସ ତରଫରୁ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବା ନେଇ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe