ପୋଖରୀରେ ବୁଡି ୮ ବର୍ଷର ଶିଶୁ ମୃତ

Advertisment
ବଜ୍ରପାତରେ ଜଣେ ମୃତ 

Telegraph India

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଇଛାପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ୮ବର୍ଷର ମାନସିକ ବିକୃତ ଶିଶୁ ପୋଖରୀରେ ବୁଡି ମୃତ୍ୟୁ ହୋଇ ଥିବା ଜଣାପଡିଛି। ପ୍ରାପ୍ତ ସୂଚନାନୁଯାୟୀ ଇଛାପୁର ଗ୍ରାମର ସାମନ୍ତ କୁମାର ନାୟକଙ୍କ ସାନ ପୁଅ ସାଇମନ ନାୟକ (୮) ଜନ୍ମରୁ ମାନସିକ ବିକୃତ ରୋଗରେ ଆକ୍ରାନ୍ତ ଥିଲେ। ତେବେ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ସାଇମନ ନିଜ ଘର ଠାରୁ ପ୍ରାୟ ୩ଶହ ମିଟର ଦୁରରେ ଥିବା ପୋଖରୀକୁ ଯାଇଥିଲେ ଅସାବଧାନତା ଯୋଗୁଁ ପୋଖରୀ ଭିତରେ ଖସି ପଡ଼ିଥିଲା ଏବଂ ଗଭୀର ମଧ୍ୟରେ ବୁଡି ଯାଇଥିଲେ।

କିଛି ସମୟ ପରେ ସ୍ଥାନୀୟ ଲୋକ ମାନେ ଶିଶୁ ଟି ପୋଖରୀ ଭିତରେ ବୁଡି ଯାଇଥିବା ଦେଖି ସାଇମନକୁ ଉଦ୍ଧାର କରିଥିଲେ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଖବର ପାଇ ପୋଖରୀକୁ ଦୌଡ଼ି ଯାଇ ସାଇମନକୁ ଘରକୁ ଆଣିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ଃ. ସୁମିତ୍ରା ସାହୁ ମୃତ ଘୋଷଣା କରିଥିଲେ। ଖବର ପାଇ ଝରିଗାଁ ପୁଲିସ ଏକ ଅପମୃତୁ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe