ଝାରସୁଗୁଡ଼ା: ଆଠ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର, ନାବାଳକ ନାମରେ ଅଭିଯୋଗ

ଝାରସୁଗୁଡ଼ା: ଆଠ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର, ନାବାଳକ ନାମରେ ଅଭିଯୋଗ

Representative photo

ଝାରସୁଗୁଡା: ଜଣେ ୧୫ ବର୍ଷର ନାବାଳିକାକୁ ହୋଟେଲରେ ରଖି ତା ସହିତ ଦୁଷ୍କର୍ମ କରିଥିବା ଓ ଏହି ଘଟଣାରେ ଝାରସୁଗୁଡା ପୁଲିସର ୪ ଜଣ କର୍ମଚାରୀ ସଂପୃକ୍ତ ଥିବା ଭଳି ସମ୍ବେଦନଶୀଳ ଘଟଣା ଜଣାପଡିବାର ମାତ୍ର ୩ ଦିନ ପରେ ଆଉ ଏକ ଲଜ୍ଜାକର ଘଟଣା ଘଟିଛି। ତେବେ ଘଟଣାଟି ୩ ଦିନ ତଳେ ଘଟିଥିବା ବେଳେ ଏଥିରେ ଜଣେ ୮ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଦୁଷ୍କର୍ମ ଘଟଣାରେ ସେହି ଅଞ୍ଚଳର ଜଣେ ୧୬ ବର୍ଷର ନାବାଳକକୁ ନାବାଳିକାର ପାରିବାର ଅଭିଯୁକ୍ତ କରିବା ପରେ ପୁଲିସ ଉକ୍ତ ନାବାଳକକୁ ଧରି ଜୁଭେନାଇଲ କୋର୍ଟରେ ଉପସ୍ଥାପନ କରିଛନ୍ତି। ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବା ବେଳେ ଏହାକୁ ପ୍ରଘଟ ନକରିବା ପାଇଁ ଉଭୟ ପରିବାର ପକ୍ଷରୁ ପୁଲିସ ଉପରେ ଚାପ ପକାଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe