ଚିତ୍ରକୋଣ୍ଡା ଥାନା ଉପରେ ଆକ୍ରମଣ ଘଟଣାରେ ମୁକୁଳିଲେ ୧୮ ଗିରଫ କଂଗ୍ରେସ କର୍ମୀ

Advertisment
ଚିତ୍ରକୋଣ୍ଡା ଥାନା ଉପରେ ଆକ୍ରମଣ ଘଟଣାରେ ମୁକୁଳିଲେ ୧୮ ଗିରଫ କଂଗ୍ରେସ କର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଥାନା ଆକ୍ରମଣ ଘଟଣାରେ ଗତ ୭ ତାରିଖ ଦିନ କଂଗ୍ରେସର ୧୮ ଜଣ କର୍ମୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଗିରଫକୁ କଂଗ୍ରେସ ପ୍ରତିବାଦ କରି ଆସୁଥିଲା। ଚିତ୍ରକୋଣ୍ଡା ଥାନା ଆକ୍ରମଣ ଘଟଣାରେ କଂଗ୍ରେସର କୌଣସି ହାତ ନଥିବା ନେତାମାନେ ସଫେଇ ଦେଉଥିଲେ। ଏପରିକି ଗତ ଦୁଇଦିନ ତଳେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ମାଲକାନଗିରିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ସେହିଦିନ କଂଗ୍ରେସ ତରଫରୁ ଶାନ୍ତିଶୃଙ୍ଖଳା ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବିପତ୍ର ପ୍ରଦାନ କରାଯିବାର ଥିଲା।

କିନ୍ତୁ ହଠାତ୍ କିଛି ଉତ୍ୟକ୍ତ ଲୋକେ ଥାନାରେ ପଶି ଭଙ୍ଗାରୁଜା କରିଥିଲେ। ଯାହାଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପୁଲିସ କଂଗ୍ରେସର ଚିତ୍ରକୋଣ୍ଡା ବ୍ଲକ ସଭାପତି ସମେତ ୧୮ ଜଣ କର୍ମୀଙ୍କୁ ଗିରଫ କରିଥିଲା।ତେବେ ତୁରନ୍ତ ଏମାନଙ୍କୁ ଖଲାସ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଥିଲେ। ତେବେ ସମସ୍ତ କଂଗ୍ରେସ କର୍ମୀ ଜେଲରୁ ମୁକୁଳିଥିବା ଜଣାପଡିଛି। ଜେଲରୁ ବାହାରିବା ପରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ସମସ୍ତଙ୍କୁ ଫୁଲମାଳ ଦେଇ ପାଛୋଟି ଥିଲେ। କଂଗ୍ରେସସ ଜିନ୍ଦାବାଦ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠୁଥିଲା। ତେବେ କଂଗ୍ରେସ ଏନେଇ ଆଗକୁ କି ରଣନୀତି ପ୍ରସ୍ତୁତ କରୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe