ନିଶା ହେଲା କାଳ: ସାନଭାଇକୁ ମାରଣାତ୍ମକ ଆକ୍ରମଣ ପରେ ମା’ ଶାଢ଼ିରେ ଝୁଲି ବଡ଼ଭାଇ କଲା ଆତ୍ମହତ୍ୟା

Advertisment
ନିଶା ହେଲା କାଳ: ସାନଭାଇକୁ ମାରଣାତ୍ମକ ଆକ୍ରମଣ ପରେ ମା’ ଶାଢ଼ିରେ ଝୁଲି ବଡ଼ଭାଇ କଲା ଆତ୍ମହତ୍ୟା

Dainik Bhaskar

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଝରଘାଟିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର ହୋଇଛି। ଏଥିସହିତ ସାନ ଭାଇକୁ ଆକ୍ରମଣ କରିବା ପରେ ବଡ଼ଭାଇ ମା’ର ଶାଢିରେ ଝୁଲି ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁତର ସାନଭାଇକୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ଶାସନ ଥାନା ପୁଲିସ ଘଟଣାର ଅନୁସନ୍ଧାନ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି।

ସୂଚନାଯୋଗ୍ୟ, ଝାରଘାଟିର ସୁଶୀଲ ଏବଂ ପୂର୍ଣ୍ଣମୀ ଖଡ଼ିଆଙ୍କ ୨ ପୁଅ ନିର୍ମଳ ଏବଂ ନରେଶ ଖଡ଼ିଆ। ନିର୍ମଳ ୨ ବର୍ଷ ହେବ ଅଧିକାଂଶ ସମୟରେ ନିଶାଶକ୍ତ ଅବସ୍ଥାରେ ରହି ନିଜ ଭାଇ ଏବଂ ଗାଁର ବିଭିନ୍ନ ଲୋକଙ୍କ ସହିତ ଗଣ୍ଡଗୋଳ କରୁଥିଲା। ଗତବର୍ଷ ଖଡ଼ିଆ ପରିବାରର ୨ ଏକର ଜମିରେ ପ୍ରଶାସନ ପକ୍ଷରୁ କଟା (ପୋଖରୀ) ଖନନ ହୋଇଥିଲା। ଏହା ବାବଦରେ ସେମାନଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଥିଲା। ଏହି ଟଙ୍କାରେ ବଡ଼ଭାଇ ନିର୍ମଳ ପାଇଁ ଗୋଟିଏ ୨ ଚକିଆ ଗାଡ଼ି ଏବଂ ସାନ ଭାଇ ନରେଶ ପାଇଁ ଗୋଟିଏ ସାଇକେଲ କିଣା ଯାଇଥିଲା। ବାକି ଟଙ୍କା ବ୍ୟାଙ୍କରେ ଜମା ହୋଇଥିଲା।

publive-image

ନରେଶଙ୍କ କହିବା ଅନୁଯାୟୀ, ଜମା ଟଙ୍କା ନେଇ ନିର୍ମଳ ଅଧିକାଂଶ ସମୟରେ ତାଙ୍କ ସହିତ ଗଣ୍ଡଗୋଳ କରୁଥିଲା। ଏପରିକି ଥରେ ନିଜେ ନିଜର ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲା। ସୋମବାର ସେମାନଙ୍କ ବାପା, ମା’ କାମ କରିବା ପାଇଁ ବାହାରକୁ ଯାଇଥିଲେ। ନିର୍ମଳ ନିଶାଗ୍ରସ୍ତ ହୋଇ ଘରକୁ ଫେରିବା ପରେ କ୍ଷତିପୂରଣ ଟଙ୍କା ଉଠାଇଥିଲା। ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇ ଯାଇଥିଲା।

ଅପରାହ୍ନ ପ୍ରାୟ ୩.୩୦ ମିନିଟରେ ନିର୍ମଳ ଟାଙ୍ଗିଆରେ ନରେଶଙ୍କ ଉପରେ ମାରଣାତ୍ମକ ଆକ୍ରମଣ କରିଥିଲା। ନରେଶଙ୍କ ବେକ, ଅଣ୍ଟା, ପିଚା ଏବଂ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଏହା ଜାଣିବା ପରେ ପଡ଼ୋଶୀ ଓ ସମ୍ପର୍କୀୟମାନେ ନରେଶଙ୍କୁ ତୁରନ୍ତ ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସାନ ଭାଇ ମରି ଯାଇଥିବା ଆଶଙ୍କା କରି ନିର୍ମଳ ତୁରନ୍ତ ଘର ଭିତରକୁ ଯାଇ ମା’ଙ୍କ ଶାଢିରେ ଝୁଲି  ପଡ଼ିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତ ଶରୀରକୁ ଉଦ୍ଧାର କରିଥିଲା। ସାଇଣ୍ଟିଫିକ ଟିମ ମାମଲା ଯାଞ୍ଚ କରୁଥିବା ଏସଡିପିଓ ତପନ ମହାନ୍ତି କହିଛନ୍ତି । ଏହା ପୂର୍ବରୁ ମଧ୍ୟ ନିର୍ମଳ ଏକାଧିକ ବାର ନରେଶଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe