ମଧ୍ୟାହ୍ନ‌ ଭୋଜନ‌ ବେଳେ ତରକାରି ପାଇଁ ଯୁକ୍ତିତର୍କ: ସାନ ଭାଇର ଆକ୍ରମଣରେ ବଡ଼ଭାଇ ଆହତ

ମଧ୍ୟାହ୍ନ‌ ଭୋଜନ‌ ବେଳେ ତରକାରି ପାଇଁ ଯୁକ୍ତିତର୍କ: ସାନ ଭାଇର ଆକ୍ରମଣରେ ବଡ଼ଭାଇ ଆହତ

ଜମନକିରା: ମଦ ପିଇଲେ ମଣିଷ ହିତାହିତ ଜ୍ଞାନ ଭୁଲିଯାଏ। ମଦ୍ୟପ ଯେକୌଣସି ସମୟରେ କିଛି କାମ କରିବାକୁ ସାହାସ ଜୁଟାଇଥାଏ।  ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କଟଙ୍ଗପାଣି ଗ୍ରାମରେ ଜଣେ ମଦ୍ୟପ ଯୁବକ ନିଜର ବଡ଼ଭାଇଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଛି। ଏହି ଗାଁରେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ଆହତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମଙ୍ଗଳବାର ଅପରାହ୍ନ ୨ଟାରେ ବଡ଼ ଭାଇ ଡ଼ିଲେଶ୍ୱର ସୁନାନି (୨୯) ଖାଇ ବସି ଥିଲେ। ସେହି ସମୟରେ ନିଶାସକ୍ତ ସାନଭାଇ ବିଜୁ ସୁନାନି (୨୬)  ଘରକୁ ଆସିଥିଲା। ସେ ମଧ୍ୟ ଖାଇବା ପାଇଁ ବଡ଼ ଭାଇଙ୍କୁ  ତରକାରି ମାଗିଥିଲା। ଘର ଭିତରେ କଡ଼େଇରେ ତରକାରି ଅଛି ନିଜେ ବାଢ଼ି ଆଣି ଖାଇବାକୁ ତାଗିଦ୍ କରିଥିଲେ ବଡ଼ଭାଇ। ଏଥିରେ ସାନ ଭାଇ ଉତ୍ତ୍ୟକ୍ତ ହୋଇ ଖାଇ ବସିଥିବା ବଡ଼ ଭାଇ ଡ଼ିଲେଶ୍ୱରଙ୍କୁ ନିଆଁ ଫୁଂକା ନଳାରେ ଜୋର୍ରେ ଆଘାତ ଦେବାରୁ ମୁଣ୍ଡ ଫାଟି ଯାଇଛି।

ସ୍ଥାନୀୟ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଆହତଙ୍କୁ ଛାଡ଼ି ଦିଆ ଯାଇଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ତନାଘନା ତଦନ୍ତ ଚଳାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଅଭିଯୁକ୍ତ ଧରା ପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe