ବଡ଼ବିଲ: ବଡ଼ଭାଇର ଠେଙ୍ଗାମାଡ଼ରେ ସାନଭାଇ ମୃତ

Advertisment
ବଡ଼ବିଲ: ବଡ଼ଭାଇର ଠେଙ୍ଗାମାଡ଼ରେ ସାନଭାଇ ମୃତ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ନାଇଟହଲ୍ଟିଂରେ ରହୁଥିବା ବଡ଼ଭାଇର ଠେଙ୍ଗା ମାଡ଼ରେ ସାନଭାଇର ମୃତ୍ୟୁ ଘଟିଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାଇଟହଲ୍ଟିଂରେ ବଡ଼ଭାଇ ବିପିନ ଥାପ୍ପା ଓ ସାନଭାଇ ରାହୁଲ ଥାପ୍ପା ସେମାନଙ୍କ ପରିବାର ସହିତ ରହୁନ୍ତି। ପ୍ରାୟ ଅଧିକାଂଶ ସମୟରେ ଦୁଇ ଭାଇ ପାରିବାରିକ ଘଟଣାକୁ ନେଇ ପାଟିତୁଣ୍ଡ କରନ୍ତି। ଗତକାଲିି ରାତି ପ୍ରାୟ ୧୧ଟା ବେଳେ ଏହିପରି ଏକ ପାଟିତୁଣ୍ଡ ଊଗ୍ରରୂପ ଧାରଣ କରିଥିଲା। ସାନଭାଇ ରାହୁଲ ବଡ଼ଭାଇ ବିପିନର ତଣ୍ଟିକୁ ଚିପି ଧରିଥିବା ବେଳେ କୌଶଳରେ ଖସିଯାଇ ବିପିନ ଏକ ଠେଙ୍ଗା ଆଣି ରାହୁଲର ମୁଣ୍ଡକୁ ପିଟିଲା। ଫଳରେ ଘଟଣାସ୍ଥଳରେ ହିଁ ରାହୁଲର ପ୍ରାଣବାୟୁ ଉଠି ଯାଇଥିଲା। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବିପିନଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe