କମ୍ପୁଛି ବାରିପଦା: ଧର୍ମେନ୍ଦ୍ରଙ୍କ ରୋଡ଼ ସୋ’ ଆରମ୍ଭ, କିଛି ସମୟ ପରେ ନବୀନ କରିବେ ହାଇଟେକ୍‌ ପ୍ରଚାର

Advertisment
କମ୍ପୁଛି ବାରିପଦା: ଧର୍ମେନ୍ଦ୍ରଙ୍କ ରୋଡ଼ ସୋ’ ଆରମ୍ଭ, କିଛି ସମୟ ପରେ ନବୀନ କରିବେ ହାଇଟେକ୍‌ ପ୍ରଚାର

ବାରିପଦା: ମୟୂରଭଂଜର ସଦର ମହକୁମା ବାରିପଦାରେ ବୁଧବାର ନିର୍ବାଚନ ପ୍ରଚାର କମ୍ପୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଟେକ୍‌ ପ୍ରଚାରକୁ ସ୍ଥାନୀୟ ଲୋକେ ଅପେକ୍ଷା କରିଛନ୍ତି।

publive-image

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଧମେନ୍ଦ୍ର ପ୍ରଧାନ ବାରିପଦାରେ ମୟୂରଭଂଜ ଲୋକସଭା ପ୍ରାର୍ଥୀ ବିଶେଶ୍ୱର ଟୁଡୁ ଏବଂ ବାରିପଦା ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ପ୍ରଧାନଙ୍କ ରୋଡ ସୋ’ ମଧୁବନ ପଡ଼ିଆରୁ ବାହାରି ବଡ଼ବଜାର, ମୁଖ୍ୟ ବଜାର ଦେଇ ଛଉ ପଡ଼ିଆରେ ପହଂଚିବ। ରୋଡ଼ ସୋ’ରେ ମୋରଡ଼ା ବିଧାୟକ ତଥା ବିଜେପି ମୟୂରଭଂଜ ପ୍ରଚାର କମିଟିର ଅଧ୍ୟକ୍ଷ ପ୍ରବୀଣ ଭଂଜଦେଓ ମଧ୍ୟ ଉପସ୍ଥିତ ଅଛନ୍ତି। ରୋଡ ସୋ’ ଜରିଆରେ ଧମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି।

ସୂଚନାଯୋଗ୍ୟ ତୃତୀୟ ପର୍ଯ୍ୟାୟର ନିର୍ବାଚନ ପାଇଁ ମତଦାନ ଶେଷ ହୋଇ ହେବା ପରେ ରାଜନୈତିକ ନେତାମାନେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ରେ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ ଲୋକସଭା ଆସନ ଏବଂ ଏହାର ଅନ୍ତଗର୍ତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe