ଦୁଇ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଓ ଜୟଶ୍ରୀ ହେଲେ ଜିଲ୍ଲା ପରିଷଦ ପ୍ରାର୍ଥୀ: ୨ ସରପଞ୍ଚଙ୍କୁ ବି ଜିଲ୍ଲାପରିଷଦ ସୁଯୋଗ; ସ୍ତ୍ରୀ ଛାଡ଼ିଲେ ସ୍ବାମୀଙ୍କୁ ଆସନ

ଢିଙ୍କିଆ ଭୋଟ୍ ଉପରେ ରାଜ୍ୟବାସୀଙ୍କ ନଜର, ବି‌ଜେଡି ପ୍ରାର୍ଥୀଙ୍କ ବିରୋଧରେ ସବୁ ବିରୋଧୀ ଏକାଠି!

Sambad

କଟକ: କଟକ ଜିଲ୍ଲାର ୪୬ ଜିଲ୍ଲାପରିଷଦ ଆସନରୁ ଆଜି ସୁଦ୍ଧା ୪୨ଜଣ ପ୍ରାର୍ଥୀ ବିଭିନ୍ନ ଆସନ ପାଇଁ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ସେଥିରୁ କଟକ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡିରୁ ୧୪, କଂଗ୍ରେସରୁ ୯, ବିଜେପିରୁ ୫, ବିଏସ୍‌ପିରୁ ଜଣେ ଓ ସ୍ବାଧୀନଭାବେ ଜଣେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଆଠଗଡ଼ରେ ବିଜେଡିରୁ ୭ଜଣ ଓ ସ୍ବାଧୀନରୁ ଜଣେ ଓ ବାଙ୍କୀରେ କଂଗ୍ରେସରୁ ୩ ଓ ବିଜେଡିରୁ ଜଣେ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି। ଆଜି ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୨ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୨ଜଣ ସରପଞ୍ଚ, ୨ଜଣ ଜିଲ୍ଲାପରିଷଦ ସଦସ୍ୟ। ନରସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା କିଶୋର ଚନ୍ଦ୍ର ମିଶ୍ର ୧୯ ନମ୍ବର ଜୋନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି। ସେ ପୂର୍ବରୁ ଅର୍ଥାତ୍‌ ୨୦୦୭ରୁ ୨୦୧୨ ଯାଏ କଟକ ଜିଲ୍ଲାପରିଷଦର ଉପସଭାପତି ଥିଲେ। ଏବଂ ଦୁଇ ଥର ନରସିଂହପୁର ପଂଚାୟତ ସମିତି ଅଧ୍ୟକ୍ଷ ହୋଇଥିଲେ।

ସେ ଦୁଇଥର ଜିଲ୍ଲାପରିଷଦକୁ ନିର୍ବାଚିତ ହୋଇଥିବା ବେଳେ ପୂର୍ବରୁ ତାଙ୍କର ଜୋନ୍‌ ଥିଲା ୧୮ ନମ୍ବର। କିନ୍ତୁ ଚଳିତ ନିର୍ବାଚନରେ ଆସନ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ସେ ୧୯ରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଟାଙ୍ଗୀ-ଚୌଦ୍ବାର ପଞ୍ଚାୟତ ସମିତି ଅଧ୍ୟକ୍ଷା ଥିବା ଜୟଶ୍ରୀ ପ୍ରଧାନ ଆଜି ବିଜେଡିରୁ ୧୩ ନମ୍ବର ଜୋନ ଜିଲ୍ଲାପରିଷଦ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ନିଆଳି ଜୋନ ୨୨ରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବର୍ତ୍ତମାନର ୨୩ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ଦେବାଶିଷ ଷଡ଼ଙ୍ଗୀ। ଅନ୍ୟପଟେ ଟାଙ୍ଗୀର ଉଚ୍ଚପଦା ସରପଞ୍ଚ ବିରଜା ପ୍ରସାଦ ରାଉତ୍‌ ବିଜେପିରୁ , ତିଗିରିଆ ବଡନାଉପୁଟର ସରପଞ୍ଚ ସସ୍ମିତା ରାଉତ୍‌ ବିଜେଡିରୁ ଜିଲ୍ଲାପରିଷଦ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଆଠଗଡ଼ ଜୋନ ୩ରୁ ନାମାଙ୍କନ ଦାଖଲ କରିଥିବା ବଳଭଦ୍ର ବାଘ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଜିଲ୍ଳାପରିଷଦ ସଭ୍ୟ ରହିଥିଲେ। ଟାଙ୍ଗୀର ୧୨ ନମ୍ବର ଜୋନରୁ ବିଜେଡି ପକ୍ଷରୁ ଚିତ୍ତ ରଂଜନ ସାମଲ ନାମାଙ୍କନ ଦାଖଲ କରିଥିବାବେଳେ ଏହି ଆସନରୁ ଗତ ନିର୍ବାଚନରେ ତାଙ୍କ ପତ୍ନୀ ନଳିନୀପ୍ରଭା ନିର୍ବାଚିତ ହୋଇଥିଲେ। ନରସିଂହପୁର ୧୮ ନମ୍ବର ଜୋନରୁ ପୂର୍ବତନ ସମିତିସଭ୍ୟ ଅଜୟ ପଣ୍ଡା, ୧୬ରୁ ପୂର୍ବତନ ସରପଞ୍ଚ ଭାଗ୍ୟଲକ୍ଷ୍ମୀ ବିଶ୍ବାଳ ଓ ୧୭ ନମ୍ବର ଜୋନ୍‌ରୁ ଗୀତାଞ୍ଜଳି ପାତ୍ର ବିଜେଡି ଟିକଟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe