ଚାମେଲି ଓରାମଙ୍କୁ ମିଳିଲା ରାଜ୍ୟ ଟିଡିସିସି ଅଧ୍ୟକ୍ଷା ପଦ

Advertisment
ଚାମେଲି ଓରାମଙ୍କୁ ମିଳିଲା ରାଜ୍ୟ ଟିଡିସିସି ଅଧ୍ୟକ୍ଷା ପଦ

Sambad

ଜୟପୁର: ଓଡିଶା ଟ୍ରାଇବଲ୍ ଡେଭଲେପମେଣ୍ଟ କୋ-ଅପରେଟିଭ୍ କରଫେରସନ୍ ଲିମିଟେଡ୍ (ଟିଡିସିସିଓସିଏଲ୍)ର ଆଜି ଅଧ୍ୟକ୍ଷ ପଦବୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ସମର୍ଥିତ ଚାମେଲି ଓରାମ ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। କେହି ପ୍ରତିଦ୍ବନ୍ଦୀ ନଥିବାରୁ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ସୂଚନା ଦେଇଛନ୍ତି ଟିଡିସିସିଓଏଲ୍ ରାଜ୍ୟ ବିଜେଡି ପର୍ଯ୍ୟବେକ୍ଷକ ଇଂ. ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ। ୨୧ଟିରୁ ବିଜେଡି ସମର୍ଥିତ ୨୦ଜଣ ନିର୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି।

ରାଜ୍ୟ ବିଜେଡି ନିର୍ଦେଶକ୍ରମେ ଆଜି ଜଣେ ମାତ୍ର ପ୍ରାର୍ଥୀ ଭାବେ ଚାମେଲୀ ନାମାଙ୍କନ ଦାଖଲ କରି ନିର୍ଦ୍ବନ୍ଦରେ ଜିତିଛନ୍ତି। ଚାମେଲି ନାମାଙ୍କନପତ୍ର ଦାଖଲ ବେଳେ ପର୍ଯ୍ୟବେକ୍ଷକ ଇଂ. ପାଣିଗ୍ରାହୀ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, ଜୟପୁର ପୌର ପୂର୍ବତନ ଉପାଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ, ସହ ପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲୀକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe