ନିଶ୍ଚିନ୍ତକୋଇଲିରେ ରୋଚକ ନିର୍ବାଚନ ଲଢ଼େଇ: ପରସ୍ପର ବିରୋଧରେ ମାମୁ–ଭଣଜା, ସ୍ବାମୀ–ସ୍ତ୍ରୀ, ଦୁଇ ଯା’

Advertisment
ଭୋଟର ସଚେତନତା ପାଇଁ ପ୍ରତିଯୋଗିତା

NDTV.com

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ୍ ଅଞ୍ଚଳରେ ରୋଚକ ହେଉଛି ପଂଚାୟତ ନିର୍ବାଚନ ଲଢେଇ। କେଉଁଠି ମାମୁଁ–ଭଣଜା ତ କେଉଁଠି ସ୍ବାମୀ-ସ୍ତ୍ରୀ ଓହ୍ଲାଇଛନ୍ତି ନିର୍ବାଚନ ମଇଦାନକୁ। ବ୍ଲକର ବୁହାଳ ପଂଚାୟତରେ ମାମୁଁ ଭଣଜା ସରପଂଚ ପାଇଁ ପ୍ରାର୍ଥୀ ହୋଇଛନ୍ତି। ମାମୁଁ ରମାକାନ୍ତ ମହାନ୍ତି ବ୍ଲକ୍ ବିଜେଡିର ସଭାପତି ଅଛନ୍ତି ଓ ସେ ବୁହାଳୋ ପଂଚାୟତରୁ ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପତ୍ନୀ ସବିତା ମହାନ୍ତି ପଂଚାୟତ ସମିତିର ଉପାଧ୍ୟକ୍ଷା ଅଛନ୍ତି। ରମାକାନ୍ତ ମହାନ୍ତି ପୂର୍ବରୁ ସରପଂଚ ଥିଲେ। କିନ୍ତୁ ତାଙ୍କର ଭଣଜା ପ୍ରଭାତ କୁମାର ମହାନ୍ତି ଚଳିତ ନିର୍ବାଚନରେ ତାଙ୍କ ବିରୋଧରେ ସରପଂଚ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଏହି ବ୍ଲକ୍ କଟକ ସଦର ନିର୍ବାଚନ ମଣ୍ତଳୀରେ ଯାଉଥିବା ଉତ୍ତରକୂଳ ପଂଚାୟତରେ ସରପଂଚ ପ୍ରାର୍ଥୀ ହୋଇଛନ୍ତି ଦୁଇ ଯା'। ମେହେନ୍ଦିପୁର ଗ୍ରାମର ପ୍ରତାପ ବେହେରାଙ୍କ ପତ୍ନୀ ମଞ୍ଜୁଲତା ବେହେରା ଓ ତାଙ୍କ ସାନଭାଇ ପ୍ରଦୀପ ବେହେରାଙ୍କ ପତ୍ନୀ ସୁବାସିନୀ ବେହେରା ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଛନ୍ତି।

ମଞ୍ଜୁଲତା ପୂର୍ବରୁ ପ୍ରାର୍ଥୀ ହୋଇ ହାରିଯାଇଥିବା ବେଳେ ତାଙ୍କ ଯା' ସୁବାସିନୀ ରାଜନିନୀତିରେ ପ୍ରଥମ କରି ପ୍ରାର୍ଥୀ ହୋଇଛନ୍ତି। ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସେହିପରି ୨୬ନଂ ଜିଲ୍ଲାପରିଷଦ ଜୋନରେ ବିଜେପିରୁ ବିଜୟଲକ୍ଷ୍ମୀ ବେହେରା ଜିଲ୍ଲାପରିଷଦ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ସ୍ବାମୀ ଏହି ଜୋନ୍‌ ବିଜେପି ମଣ୍ତଳ ସଭାପତି ଥିବା କୈଳାସ ଚନ୍ଦ୍ର ବେହେରା କଟିକଟା ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ସ୍ବାମୀ –ସ୍ତ୍ରୀ ଦୁଇଜଣ ତାଙ୍କ ସମର୍ଥକମାନଙ୍କୁ ନେଇ ଏହି ଜୋନରେ ଘରକୁ ଘର ବୁଲି ଭୋଟ୍ ପ୍ରଚାର କରୁଛନ୍ତି। ସେହିପରି ବୁହାଳୋ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ସ୍ବାମୀ-ସ୍ତ୍ରୀ ପରସ୍ପର ବିପକ୍ଷରେ ନିର୍ବାଚନ ଲଢିବେ। ସ୍ବାମୀ କ୍ଷୀରେଦ ଦାସ ଓ ସ୍ତ୍ରୀ ସରୋଜିନୀ ଦାସ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଉଭୟେ ନିଜ ନିଜ ଚିହ୍ନ‌ରେ ଏବେ ପ୍ରଚାର ଆରମ୍ଭ କରିଛନ୍ତି। ପୂର୍ବରୁ ସରୋଜିନୀ ସରପଞ୍ଚଭାବେ ନିର୍ବାଚିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe