Deccan Herald
ଭଦ୍ରକ: କରୋନା ଲକ୍ ଡାଉନ୍ ପାଇଁ ବିଦ୍ୟୁତ୍ ଉପଭୋକ୍ତାମାନେ ନିଜର ଜୀବିକା ହରାଇଥିବା ବେଳେ ଅନେକ ଉପଭୋକ୍ତା ମଧ୍ୟ କାମ ଧନ୍ଦା ହରାଇ ଘରେ ବସିଛନ୍ତି। ଅନେକ ଲୋକ ଚାକିରି ହରାଇ ବେରୋଜଗାର ହୋଇଛନ୍ତି। ଏଭଳି ଏକ ଜାତୀୟ ବିପତ୍ତି ବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଉପଭୋକ୍ତାଙ୍କୁ ବିଲ୍ ଦେଇ ପେମେଣ୍ଟ ମାଗିବା ଘଟଣା ବହୁ ଉପଭୋକ୍ତାଙ୍କୁ ବାଧୁଛି। ଭଦ୍ରକ ଜିଲ୍ଲାରେ ଲକ୍ଷ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଏବେ ବିଦ୍ୟୁତ୍ ବିଲ୍ ପୈଠ ପାଇଁ ଚିନ୍ତାରେ ରହିଥିବା ବେଳେ ସେମାନଙ୍କୁ ମାର୍ଚ୍ଚ, ଏପ୍ରିଲ ଓ ମେ ମାସର ବିଦ୍ୟୁତ୍ ବିଲ୍ ଛାଡ କରିବାକୁ ଲୋକମାନେ ଦାବି କରିଛନ୍ତି।
ସେହିପରି ବିଦ୍ୟୁତ୍ ଉପଭୋକ୍ତାଙ୍କର ୟୁନିଟ୍ ପ୍ରତି ଦେୟ କମ୍ କରିବାକୁ ଉପଭୋକ୍ତାମାନେ ଦାବି କରିଛନ୍ତି। ବିଦ୍ୟୁତ୍ ବିଭାଗ ଏ ଦିଗରେ ଦୃଷ୍ଟି ଦେବା ସହ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଏ କ୍ଷେତ୍ରରେ ଲୋକମାନଙ୍କ ପାଇଁ ବିଦ୍ୟୁତ୍ ବିଲ୍ ରେ କିଭଳି ରିହାତି ବ୍ୟବସ୍ଥା କରାଯାଇ ପାରିବ ସେ ନେଇ ବିଦ୍ୟୁତ୍ କମ୍ପାନି ଗୁଡିକ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି।
Follow Us