ବିଦ୍ୟୁତ ଉପଭୋକ୍ତା ଠକାମିର ଶିକାର ଅଭିଯୋଗ

Advertisment
ବିଦ୍ୟୁତ ଉପଭୋକ୍ତା ଠକାମିର ଶିକାର ଅଭିଯୋଗ

ଜୟପୁର: ଜୟପୁର ବ୍ଲକର ଟାଙ୍କୁଆ ପଂଚାୟତର କୁସୁମପୁଟ ଗାଁର ଜମ୍ବୁବତୀ ବିଷୋଇଙ୍କୁ ବିଦ୍ୟୁତ ବିଲ୍ ଦେଉଥିବା କିଛି ଯୁବକ ୮ହଜାର ୮୮୦ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀ ବାସୁ ବିଷୋଇ। ସରକାରଙ୍କ ପକ୍ଷରୁ ବିଦ୍ୟୁତୀକରଣ ଯୋଜନାରେ ବାସୁଙ୍କ ସ୍ତ୍ରୀ ଜମ୍ବୁବତୀଙ୍କ ନାଁରେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରତ୍ୟେକ ମାସରେ ବିଲ୍ ଆସିବା ପରେ ସେ ବିଦ୍ୟୁତ ବିଲ୍ ସଂଗ୍ରହ କରିବାକୁ ଯାଉଥିବା ଆଦାୟକାରୀଙ୍କୁ ପୈଠ କରି ଆସୁଥିଲେ।

ତେବେ ଆଦାୟକାରୀ ମାନେ ତାଙ୍କ ନାଁରେ ଆସିଥିବା ବିଲର ୮ହଜାର ୮୮୦ଟଙ୍କା ଜମା କରିନଥିବା କହିଛନ୍ତି ବାସୁ। ସେ ଏ ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟିବାରେ ତାଙ୍କ ନାଁରେ ବକେୟା ୮ହଜାର ୮୮୦ଟଙ୍କା ଗଢ଼ୁଥିବା କହିବା ପରେ ସେ ଆଶ୍ଚାର୍ଯ୍ୟନ୍ବିତ ହୋଇଥିବା କହିଛନ୍ତି ବାସୁ। ସେଭଳି ଏହି  ଗାଁରେ ଅନ୍ୟ କିଛି ଉପଭୋକ୍ତା ବି ଏଭଳି ଠକାମୀର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମାଂଚଳରେ ସାକ୍ଷରତା ହାର କମ୍ ରହିଥିବା ବେଳେ ବିଲରେ ଇଂରାଜୀରେ ସବୁ ଆସୁଥିବାରୁ ଏମାନେ ଜାଣି ନପାରି ଠକାମିର ଶୀକାର ହୋଇଥିବା କହିଛନ୍ତି ବାସୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe