ବିଦ୍ୟୁତ ସଂସ୍ପର୍ଶରେ ଆସି ଜେଜେମା ଓ ନାତୁଣୀର ମୃତ୍ୟୁ

ବିଦ୍ୟୁତ ସଂସ୍ପର୍ଶରେ ଆସି ଜେଜେମା ଓ ନାତୁଣୀର ମୃତ୍ୟୁ

ରାଇଘର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜେଜେମାଁ ସହିତ ତାଙ୍କ ୧୨ ବର୍ଷର ନାତୁଣୀର ମୃତ୍ୟୁ ଘଟିଥିବା ଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ନାକଟିସିମୋଡ଼ା ପଞ୍ଚାୟତର ଦେଓଭରଣ୍ଡି (ନୂଆପରା )ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ରାଇଘର ପୁଲିସ ଓ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି |

ସୂଚନା ଅନୁଯାୟୀ ନୁଆପାରା ତୁଳସୀରାମ ଗଣ୍ଡ ନିଜ ପରିବାର ସହିତ ରହୁଥିବା ବେଳେ ଘର ଠାରୁ ପ୍ରାୟ ୫୦ ମିଟର ଦୂରରେ ନୂତନ ଭାବେ ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଘରେ ନିଜ ମାଁ ପାଚୋ ଗଣ୍ଡ (୬୫) ଏବଂ ଝିଅ ତିଲିକା ଗଣ୍ଡ (୧୨) ରହୁଥିଲେ । ଗତକାଲି ରାତିରେ ସବୁଦିନ ଭଳି ଏକାଠି ଖାଇ ସମସ୍ତେ ନିଜ ନିଜ ବଖରାକୁ ଶୋଇବା ପାଇଁ ଯାଇଥିଲେ । ଜେଜେମାଁ ଓ ନାତୁଣୀ ମଧ୍ୟ ସେମାନେ ଦୁହେଁ ରହୁଥିବା ଉକ୍ତ ଆବାସ ଘରକୁ ଶୋଇବାକୁ ଯାଇଥିଲେ ।

ଅନ୍ୟପଟେ ତୁଳସୀରାମ ନିଜ ପତ୍ନୀଙ୍କ ସହିତ ନିଜ ଚାଷ ଜମିକୁ ଶୋଇବାକୁ ଯାଇଥିଲେ । ଆଜି ସକାଳୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ପାଚୋ ଓ ତାଙ୍କ ନାତୁଣୀ କବାଟ ଖୋଲି ନଥିବାରୁ ତୁଳସୀରାମଙ୍କ ଭାଈ ସୋମନାଥ ଗଣ୍ଡ ବନ୍ଦ ଥିବା କବାଟ କୁ ଖୋଲିବାକୁ ଯାଇ ବିଦ୍ୟୁତ ଝଟକା ପାଇଥିଲେ । ବିଦ୍ୟୁତର ପ୍ରଭାବ ଏତେ ମାତ୍ରା ଥିଲାଯେ ସୋମନାଥ ତୁରନ୍ତ ବିଦ୍ୟୁତ କର୍ମଚାରୀଙ୍କୁ ଫୋନ ଯୋଗେ ଡକାଇବା ସହିତ କବାଟ ରେ ବିଦ୍ୟୁତ ସଂଯୋଗ ହୋଇଥିବା ଜାଣିପାରି ଥିଲେ |

ଲାଇନ୍ ମ୍ୟାନ୍ ଆସି ଘରକୁ ଯାଇଥିବା ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରିବା ପରେ କବାଟ ଖୋଲି ଘର ଭିତରକୁ ପଶି ଦେଖିବା ବେଳକୁ ପାଚୋ ଓ ତିଲିକା ଦୁହିଁଙ୍କ ମୃତ୍ୟୁ ହୋଇସାରିଛି। ଦୁହିଁଙ୍କ ଶରୀରର ବିଭିନ୍ନ ସ୍ଥାନରେ ପୋଡ଼ା ଚିହ୍ନ ରହିଥିବା ସହିତ ଶରୀର କଳା ପଡ଼ିଯାଇଥିବା ଦେଖି ବିଦ୍ୟୁତ ଆଘାତ ରେ ମୃତ୍ୟୁ ଘଟିଥିବା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା |

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ମୃତ ଶରୀର ଜବତ କରିବା ସହିତ ସ୍ଥାନୀୟ ତହସିଲଦାରଙ୍କୁ ମଧ୍ୟ ଜଣାଇଥିଲେ । ଅତିରିକ୍ତ ତହସିଲଦାର ଜଗୁ ପୁଜାରୀ ଘଟଣାସ୍ଥଳରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରିବା ସହିତ ରେଡକ୍ରସ ପକ୍ଷରୁ ଜଣକ ପିଛା ୧୦ ହଜାର ଟଙ୍କା କରି ମୋଟ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା | ଏ ନେଇ ରାଇଘର ଥାନାରେ ପୃଥକ ପୃଥକ ଭବେ କେଶ୍ ନମ୍ବର ୭୦ /୨୧ ଓ ୭୧ /୨୧ ରେ ଦୁଇଗୋଟି ଅପମୃତ୍ୟୁ ମାମଲା ଋଜ୍ଜୁ ହେବା ସହ ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ରାଇଘର ଥାନା ଏ ଏସ ଆଈ ପ୍ରଦୀପ କୁମାର ବାଘ ଘଟଣାର ତଦନ୍ତ ଦାୟିତ୍ୱରେ ରହିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe