୩୩ କେଭି ବିଦ୍ୟୁତ ତାର ଲାଗି ଶ୍ରମିକ ମୃତ, ଚାପା ଉତ୍ତେଜନା

Advertisment
୩୩ କେଭି ବିଦ୍ୟୁତ ତାର ଲାଗି ଶ୍ରମିକ ମୃତ, ଚାପା ଉତ୍ତେଜନା

କନ୍ଧମାଳ: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୩୩କେଭି ବିଦ୍ୟୁତ ତାର ସଂସ୍ପର୍ଶ ଆସି ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ନାମ ଗୌରହରି ପାତ୍ର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସାରଙ୍ଗଡ଼ ଥାନା ନିକଟସ୍ଥ ବଜାରରେ ରତ୍ନାକାର ସାହୁଙ୍କ ଘର କାମ ଚାଲିଥିଲା। ଘର ଛାତ ଉପରେ କାମ କରୁଥିବା ସମୟରେ ୩୩କେଭି ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ଶ୍ରମିକ ଗୌରହରି ପାତ୍ର ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ସାରଙ୍ଗଡ଼ ମେଡିକାଲକୁ ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ସରକାରୀ ସହାୟତା ଦାବି କରିଛନ୍ତି ପରିବାର ଲୋକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe