Hindustan
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପଣ୍ଡିତ ଦିନ ଦୟାଲ ଅନାଥ ଆଶ୍ରମରେ ୧୧ବର୍ଷର ନାବାଳିକାର ମୃତ୍ୟୁ ଘଟିଛି। ମୃତ ନାବାଳିକାର ନାମ ସ୍ନେହା ଗରଡା ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପଣ୍ଡିତ ଦିନ ଦୟାଲ ଅନାଥ ଆଶ୍ରମ ପାଚେରୀକୁ ଲାଗି ଏକ ତାର ବାଡ ରହିଛି। ଆଜି ଏହି ଆଶ୍ରମ ପାଖ ଦେଇ ଏକ ବରଯାତ୍ରୀ ଦଳ ବ୍ୟାଣ୍ଡବାଜା ବଜାଇ ଯାଉଥିଲା। ଏହି ବାଜା ଶୁଣି ଷଷ୍ଠ ଶ୍ରେଣୀର ଛାତ୍ରୀ ସ୍ନେହା ଗରଡା ତାରବାଡ ପାଖରେ ଆସି ନାଚୁଥିଲା। ତେବେ କୌଣସି କାରଣବଶତଃ ବିଦ୍ୟୁତ ତାରଟି ଛିଣ୍ଡି ତାର ବାଡ ଉପରେ ପଡ଼ିଥିଲା। ସ୍ନେନା ନାଚି ନାଚି ଏହି ତାରବାଡକୁ ଲାଗିଯିବା ହେତୁ ବିଦ୍ୟୁତ ଆଘାତ ଲାଗିଥିଲା ଏବଂ ସେ ତଳେ ପଡ଼ିଯାଇଥିଲା। ସଙ୍ଗେସଙ୍ଗେ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେଠାରେ ତାକୁ ମୃତ ବୋଲି ଘୋଷଣା କରିଥିଲେ। ଏହା ସମ୍ପର୍କରେ ମୃତ ସ୍ନେହାଙ୍କ ପରିବାରଲୋକଙ୍କୁ ଖବର ଦେବା ପରେ ସେମାନେ ଆସି ଡାକ୍ତରଖାନାରେ ପହଞ୍ଚିଛନ୍ତି।
Follow Us