ଝାଲିଆଗୋଚ୍ଛାରେ ବିଦ୍ୟୁତ୍ ସବଷ୍ଟେସନ ଉଦଘାଟନ କଲେ ମନ୍ତ୍ରୀ ବିକ୍ରମ ଆରୁଖ

Advertisment

ତୁରୁମୁ ଓ କୁଲାଡ଼ରେ କରେନା ସଚେତନତା ଶୋଭାଯାତ୍ରା

ତୁରୁମୁ ଓ କୁଲାଡ଼ରେ କରେନା ସଚେତନତା ଶୋଭାଯାତ୍ରା

ଝାଲିଆଗୋଚ୍ଛାରେ ବିଦ୍ୟୁତ୍ ସବଷ୍ଟେସନ ଉଦଘାଟନ କଲେ ମନ୍ତ୍ରୀ ବିକ୍ରମ ଆରୁଖ

ଭଞ୍ଜନଗର: ଭଞ୍ଜନଗର ବିଦ୍ୟୁତ୍ ବିଭାଗ ଅଧିନ ଗାଲେରୀ ସେକସନର ଝାଲିଆ ଗୋଚ୍ଛା ଠାରେ ୩୩/୧୧ କେଭିର ଏକ ବିଦ୍ୟୁତ୍ ସବଷ୍ଟେସନକୁ ରାଜ୍ୟ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକାର୍ପିତ କରିଛନ୍ତି।

ଏହି ବିଦ୍ୟୁତ୍ ସବ୍ ଷ୍ଟେମସନଟି ଓଡିଏସଏସପି ସ୍କିମରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ବେଳେ ଏହାଦ୍ବାରା ଗାଲେରୀ,ବ୍ରହ୍ମାଣପଦର,ହରିଗଡ଼,ତୁରୁମୁ ଓ ଦୋମୁହାଣୀ ପଞ୍ଚାୟତର ଗ୍ରାମବାସୀ ନିରବଚ୍ଛିନ ବିଦ୍ୟୁତ୍ ସେବା ପାଇପାରିବେ ବୋଲି ବିଦ୍ୟୁତ୍ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଆବଶ୍ୟକତାକୁ ଏହା ପୂରଣ କରିଥିବା ବେଳେ ଏହି ବିଦ୍ୟୁତ୍ ସବଷ୍ଟେସନ୍ ଦ୍ବାରା ପ୍ରାୟ ୫ ହଜାର ଲୋକ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ବିଡ଼ିଓ ଅନୀଲ କୁମାର ସେଠୀ,ବିଦ୍ୟୁତ୍ ବିଭାଗ କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ଜଗତଜୀତ ଦାସ ମହାପାତ୍ର,ଏସଡିଓ ୧ ହୃଦୟ ବଲ୍ଲଭ ପ୍ରଧାନ,ଏସଡିଓ ୨ ଆଶିଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ଆରୁଖ ତୁରୁମୁ ପଞ୍ଚାୟତରେ କୋଭିଡ଼ ସଚେତନତା ରାଲିରେ ଯୋଗଦେବା ସହ କଲ୍ୟାଣ ମଣ୍ଡପ ଠାରେ ଦୋମୁହାଣୀ, ହରିଗଡ଼, ବ୍ରହ୍ମଣପଦର, ଗାଲେରୀ ଓ ତୁରମୁ ପଞ୍ଚାୟତର ୧୬୦ ଜଣ ହିତାଧିକାରୀ ବାର୍ଦ୍ଧକ୍ୟ ଭିନ୍ନକ୍ଷମ ଓ ବିଧବା ଭତ୍ତା ସହ କୋଭିଡ ସହାୟତା ରାଶି ପ୍ରଦାନ କରିଥିଲେ।

ଏଥିସହ କୁଲାଡ଼ ଠାରେ ମଧ୍ୟ କରେନା ପାଇଁ ଜନସଚେତନତା ରାଲିରେ ଶ୍ରୀ ଆରୁଖ ଯୋଗ ଦେଇ ଲୋକମାନଙ୍କୁ ମାସ୍କ ପ୍ରଦାନ କରିବା ସହ କୋଭିଡ ଗାଇଡ ଲାଇନ କଡାକଡି ପାଳନ କରିବା ପାଇଁ ସଚେକତନ କରିଥିଲେ। ଏହାପରେ କୁଲାଡ଼ ଠାରେ ଲେମ୍ଭାଇ,ତିଳିସିଂ,ବାରୁଡ଼ା,କୁଲାଡ଼ ଓ ଗୋଲାପଡା ପଞ୍ଚାୟତର ୧୬୦ ଜଣ ହିତାଧିକାରୀଙ୍କ ମାସ୍କ ସହ ଭତ୍ତା ଓ କୋିଭିଡ ସହାୟତ ରାଶି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଳକ୍ ଅଧ୍ୟକ୍ଷା ବିନ ଦଳବେହେରା,ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ତୁରୁମୁ ସରପଞ୍ଚ ରବିନ୍ଦ୍ର କୁମାର ପ୍ରଧାନ କୁଲାଡ଼ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହି,ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe