ହୁତୁହୁତୁ ହୋଇ ଜଳିଗଲା ଇ-ବାଇକ୍‌, ବର୍ତ୍ତିଗଲେ ଚାଳକ

Advertisment
ହୁତୁହୁତୁ ହୋଇ ଜଳିଗଲା ଇ-ବାଇକ୍‌, ବର୍ତ୍ତିଗଲେ ଚାଳକ

ଚାନ୍ଦବାଲି: ଇ-ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଜଣେ ବ୍ୟକ୍ତି ଅଘଟଣର ସମ୍ମୁଖୀନ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳର ଦେବାଶିଷ ପଣ୍ଡା ନାମକ ଜଣେ ବ୍ୟକ୍ତି ମାସକ ପୂର୍ବରୁ ଏକ ବ୍ୟାଟେରିଚାଳିତ ବାଇକ୍‌ (ଇ-ବାଇକ୍‌) କିଣିଥିଲେ । କିଛି ଦିନ ଠିକ୍‌ଠାକ୍‌ ଚାଲିଥିଲା। ମାତ୍ର ଦେବାଶିଷ ଗତକାଲି ଅପରାହ୍ନରେ ଧାମରାରୁ ନିଜ ଘରକୁ ଫେରୁଥିବା ସମୟରେ ଚନ୍ଦିନପାଳ ନିକଟରେ ହଠାତ୍‌ ଗାଡିରୁ ପ୍ରଥମେ ଧୂଆଁ ବାହାରିଲା। ଦେବାଶିଷ ତୁରନ୍ତ ଗାଡ଼ିକୁ ରଖି ଷ୍ଟାଣ୍ଡ ମାରିବା ବେଳକୁ ନିଆଁ ଲାଗିବା ଆରମ୍ଭ ହୋଇଯାଇଥିଲା। ନିମିଷକ ମଧ୍ୟରେ ବାଇକ୍‌ଟି ହୁତୁହୁତୁ ହୋଇ ଜଳିଗଲା। ଦେବାଶିଷ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଗାଡି ଡ଼ିକିରୁ କାଗଜ ପତ୍ର ସଂଗ୍ରହ କରି ଦେଇଥିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ।

publive-image

ସୂଚନାଯୋଗ୍ୟ, ପେଟ୍ରୋଲ ଦର ଆକାଶ ଛୁଆଁ ହୋଇଛି। ଲିଟର ପିଛା ୧୦୦ ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବାରୁ ସାଧାରଣ ଲୋକଙ୍କୁ ଏହା ଭାରି ବାଧୁଛି। ପେଟ୍ରୋଲ ଦର ଝାମେଲାରୁ ଦୂରେଇ ରହିବାକୁ ଲୋକମାନେ ଏବେ ଇଲେକ୍ଟ୍ରୋନିକ ବାଇକ ଆଡ଼କୁ ମୁହାଁଇଛନ୍ତି। ଇ-ବାଇକରେ ପ୍ରତିଦିନ ପେଟ୍ରୋଲ ଖର୍ଚ୍ଚରୁ ମୁକ୍ତି ସାଙ୍ଗକୁ ପରିବେଶ ପ୍ରଦୂଷଣରୁ ମୁକ୍ତି ସମସ୍ତଙ୍କୁ ଆକର୍ଷିତ କରୁଛି। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଇ-ବାଇକ ଉପରେ ପାଞ୍ଚ ହଜାର ଟଙ୍କା ସବ୍‌ସିଡି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe