ବିଦ୍ୟୁତ୍ କର୍ମଚାରୀଙ୍କୁ ଆକ୍ରମଣ, ୪ ଜଣଙ୍କୁ ନୋଟିସ୍‌

Advertisment
ବିଦ୍ୟୁତ୍ କର୍ମଚାରୀଙ୍କୁ ଆକ୍ରମଣ, ୪ ଜଣଙ୍କୁ ନୋଟିସ୍‌

ThePrint

ବରଗଡ଼: ଟାଟା ପାୱାର୍‌ ସଂସ୍ଥାର କର୍ମଚାରୀଙ୍କୁ ମାଡ୍‌ପିଟ୍‌ ଅଭିଯୋଗରେ ୪ଜଣଙ୍କୁ ଅଦାଲତରୁ ନୋଟିସ୍‌ ଜାରି ହୋଇଛି। ମେଲ୍‌ଛାମୁଣ୍ଡା ଥାନା ଖୁଜେନ୍‌ ଗାଁରେ ମିଟର୍‌ ରିଡିଂ ନେବାକୁ ଯାଇଥିବା କର୍ମଚାରୀଙ୍କୁ ଉକ୍ତ ଗାଁର ଗିରି ସ୍ବାଇଁ ଏବଂ ଶିରି ସ୍ବାଇଁ ଗାଳିଗୁଲଜ କରି ରିଡିଂ ମେସିନ୍ ଓ ବିଲ୍ ପ୍ରିଣ୍ଟିଂ ମେସିନ୍‌ ଛଡ଼ାଇ ନେଇଥିଲେ। ଏନେଇ ପଦ୍ମପୁର ଥାନାରେ ଏତଲା ହେବା ପରେ ଉଭୟ ଅଭିଯୁକ୍ତଙ୍କୁ ଏଡିଜେମ୍‌ ଅଦାଲତରେ ହାଜର ହେବାକୁ ନୋଟିସ୍‌ ହୋଇଛି।

ସେହିପରି ସଂସ୍ଥାର ବରଗଡ଼ ପଶ୍ଚିମ ବିଦ୍ୟୁତ୍ ମଣ୍ଡଳରେ କାର୍ଯ୍ୟରତ ଅରୁଣ ପାଲ ଗତ ୧୨ ତାରିଖ ବରପାଲି ଆର୍‌ଏମ୍‌ସି ରାସ୍ତାରେ ବିଦ୍ୟୁତ୍ ଲୋଡ୍ ଯାଞ୍ଚ କରୁଥିବା ସମୟରେ ବିଭିନ୍ନ ବାହାନା ଦେଖାଇ ସେହି ଅଞ୍ଚଳର ସୁଦର୍ଶନ ଦ୍ବାରୀ ଏବଂ କୃଷ୍ଣବନ୍ଧ ପଡ଼ାର ସତ୍ୟନାରାୟଣ ପଧାନ ଗାଳିଗୁଲଜ କରି ଏବଂ ବାଡ଼ିରେ ଆକ୍ରମଣ କରିଥିଲେ। ଉଭୟ ଅଭିଯୁକ୍ତଙ୍କୁ ମଧ୍ୟ ଅଦାଲତରେ ହାଜର ହେବାକୁ ନୋଟିସ୍‌ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe