ଅପହଞ୍ଚ ଲେମୁଝରେନ ଗାଁରେ ପହଞ୍ଚିଲା ବିଦ୍ୟୁତ୍

ଅପହଞ୍ଚ ଲେମୁଝରେନ ଗାଁରେ ପହଞ୍ଚିଲା ବିଦ୍ୟୁତ୍

ସମ୍ବଲପୁର: ଅପହଞ୍ଚ ଇଲାକାରେ ଥିବା ସମ୍ବଲପୁର ଜିଲ୍ଲାର ବାମରା ବ୍ଲକ ରବଗା ଗ୍ରାମ ପଞ୍ଚାୟତ ଅଧୀନ ଲେମୁଝରେନ ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମ ଓଡିଶାରେ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ନିର୍ମିତ ବାସଗୃହଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ବିଦ୍ୟୁତ ବିତରକ ଟିପିଡବ୍ଲୁଓଡିଏଲ୍‌କୁ ଦାୟିତ୍ବ ଦିଆଯିବା ପରେ ଗାଁକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ସରକାରଙ୍କ ଟାରୁ ଦାୟିତ୍ବ ମିଳିବା ପରେ ଟିପିଡବ୍ଲୁଓଡିଏଲ୍‌ ପକ୍ଷରୁ ପଶ୍ଚିମ ଓଡିଶାରେ ସର୍ବେକ୍ଷଣ କରାଯାଇଥିଲା।

ସର୍ବେକ୍ଷଣ ଅନୁଯାୟୀ ୨୫,୦୦୦ ଗୃହକୁ ବିଦ୍ୟୁତ୍ ସଂଯୋଗ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯିବା ସହ ୧୪୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ପଥମ ପର୍ଯ୍ୟାୟରେ ଲେମୁଝରେନ ଗାଁର ୧୪ ଗୋଟି ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଗାଁଟି ଗଡ଼ପୋଷ ଟାରୁ ପାଖାପାଖି ୪୦ କିମି ଦୂରରେ ପାହାଡିଆ ଅଞ୍ଚଳରେ ଅବସ୍ଥିତ। ଗାଁକୁ ପଡ଼ିଥିବା ରାସ୍ତାକୁ ପ୍ରଥମେ ଆବଶ୍ୟକ ଯନ୍ତ୍ରପାତି ନେବାଆଣିବା କରିବାକୁ ଉପଯୋଗୀ କରାଯାଇଥିଲା। ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ବେଳେ ଖୁବଶୀଘ୍ର ଗାଁର ଅନ୍ୟ ୪ ଶହରୁ ଅଧିକ ଘରକୁ ବିଦ୍ୟୁତ୍‌ ସଂଯୋଗ କରାଯିବ। ସେଥିପାଇଁ ଭିତ୍ତଭୂମି ମଧ୍ୟ ପ୍ରସ୍ତୁତି ଚାଲିଥିବା ଟିପିଡବ୍ଲୁଓଡିଏଲ୍‌ ପକ୍ଷରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe