ବିଦ୍ୟୁତ୍ ସେବାରେ ଅବ୍ୟବସ୍ଥା: ଜନସାଧାରଣ ଅତିଷ୍ଠ, ଦାନା ବାନ୍ଧୁଛି ଆନ୍ଦୋଳନ

Advertisment
ବିଦ୍ୟୁତ୍ ସେବାରେ ଅବ୍ୟବସ୍ଥା: ଜନସାଧାରଣ ଅତିଷ୍ଠ, ଦାନା ବାନ୍ଧୁଛି ଆନ୍ଦୋଳନ

Sambad

ଗାରୋଇ: ନାଉଗାଁ ବ୍ଲକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତକାଟ ଓ ବିଲ୍‌ ପୈଠରେ ଗ୍ରାହକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଏଥିରେ ଅତିଷ୍ଠ ବିଦ୍ୟୁତ୍ ଉପଭୋକ୍ତା ସଂଘ ପକ୍ଷରୁ ଆନ୍ଦୋଳନ ଦାନାବାନ୍ଧୁଛି। ଦୈନିକ ୩ ରୁ ୪ ଘଣ୍ଟା ବିଦ୍ୟୁତ୍ କାଟ ହେଉଛି। ନାଉଗାଁ ବ୍ଲକରେ ବିଦ୍ୟୁତ୍‌ ସେବାରେ ପରିବର୍ତନ ଆଣିବାକୁ କୋଟି କୋଟି ଟଙ୍କାରେ ୩ଟି ବିଦ୍ୟୁତ୍ ଷ୍ଟ୍ରକ୍‌ଚର୍‌ କାର୍ଯ୍ୟକ୍ଷମ ରହିଛି। କିନ୍ତୁ ଉପଯୁକ୍ତ ବିଦ୍ୟୁତସେବା ଯୋଗାଇବାରେ ବିଭାଗ କାହିଁକି ବିଫଳ ହେଉଛି ବୋଲି ସାଧାରଣରେ ପ୍ରା୍ନ ହୋଇଛି। ବିଦ୍ୟୁତ୍ କେଉଁ ସମୟରେ କଟିବ ଏହାର ୧୨ ଘଣ୍ଟା ପୂର୍ବରୁ ଉପଭୋକ୍ତାଙ୍କ ମୋବାଇଲକୁ ଓଡିଶା ସରକାର/ଉର୍ଜାମିତ୍ରା ଜରିଆରେ ମିଳୁଥିବା ସୂଚନାରେ ତାଳମେଳ ରହୁନାହିଁ। ଗତ ୨୬ ତାରିଖ ସକାଳ ୬ ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ରହିବ ବୋଲି ମୋବାଇଲ୍‌ରେ ମେସଜ୍ ଆସିଥିଲେ ହେଁ ବିଦ୍ୟୁତ୍ କାଟ ହୋଇନଥିଲା।

ସେହିପରି ୨୭ ତାରିଖରେ ବିନା ସୂଚନାରେ ଘନଘନ ବିଦ୍ୟୁତ୍ କାଟ ହୋଇଥିଲା। ଅଧିକାଂଶ ଦିନ ଏପରି ପରିସ୍ଥିତି ସୃଷ୍ଟି ହେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଜି ଦିନ ତମାମ ୮ ଘଣ୍ଟା ଧରି ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିଲା। ନାଉଗାଁ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଦୀପକ ଭୁଇଙ୍କୁ ପଚାରିବାରୁ ସେ ଜଗତସିଂହପୁର କଣ୍ଟାପଡା ଗହିରରେ କାମଚାଲୁଥିବା ଓ ଜଗତସିଂହପୁର ଇଲେଭେନ୍‌ କେଭି ଲାଇନ୍‌ରେ ସମସ୍ୟା ରହିଛି ବୋଲି ଉତ୍ତର ରଖିଛନ୍ତି। ନାଉଗାଁ ବ୍ଲକ ବିଦ୍ୟୁତ୍ ଉପଭୋକ୍ତା ସଂଘର ସଭାପତି ସୁବାସ ସ୍ବାଇଁ ଏହି ବିଦ୍ୟୁତ ସମସ୍ୟା ନେଇ ଆସନ୍ତା ସପ୍ତାହରେ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe