ବାତ୍ୟା ୟାସରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବାକୁ ବ୍ୟାପକ ବ୍ୟବସ୍ଥା

Advertisment

କାର୍ୟ୍ୟ କରୁଛି ଚାରିଟି ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ; ନିୟୋଜିତ ଅଛନ୍ତି ୭ଶହରୁ ଉର୍ଦ୍ଧ୍ବ ଅତିରିକ୍ତ କର୍ମଚାରୀ; ମହଜୁଦ ଅଛି ୧୪୦୦ ଖୁଣ୍ଟି, ୨୦ ଟ୍ରାନ୍ସଫର୍ମର

କାର୍ୟ୍ୟ କରୁଛି ଚାରିଟି ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ; ନିୟୋଜିତ ଅଛନ୍ତି ୭ଶହରୁ ଉର୍ଦ୍ଧ୍ବ ଅତିରିକ୍ତ କର୍ମଚାରୀ; ମହଜୁଦ ଅଛି ୧୪୦୦ ଖୁଣ୍ଟି, ୨୦ ଟ୍ରାନ୍ସଫର୍ମର

ବାତ୍ୟା ୟାସରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବାକୁ ବ୍ୟାପକ ବ୍ୟବସ୍ଥା

Sambad

ବାରିପଦା: ବାତ୍ୟା ୟାସ ଏବଂ ଏହା ପରବର୍ତ୍ତୀ ବିଦ୍ୟୁତ ସରବରାହ, ଭିତ୍ତିଭୂମି ପୁନରୁଦ୍ଧାର ନେଇ ଜିଲ୍ଲାରେ ବ୍ୟାପକ ବ୍ୟବସ୍ଥା ହୋଇଥିବା ଅଧିକ୍ଷଣ ଯନ୍ତ୍ରୀ ସୁଦୀପ ମିଶ୍ର ପ୍ରକାଶ କରିଛନ୍ତି। ଜିଲ୍ଲାରେ ଉପଭୋକ୍ତାଙ୍କୁ ନିରନ୍ତର ସେବା ଯୋଗାଇଦେବାକୁ ଜିଲ୍ଲାରେ ୪ଟି ୨୪ ଘଣ୍ଟିଆ ଜରୁରୀ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ବାରିପଦାରେ ୯୪୩୮୯୦୬୧୦୦, ରାଇରଙ୍ଗପୁରରେ ୯୪୩୮୯୦୬୧୦୨, ଉଦଳାରେ ୯୪୩୮୯୦୬୧୦୧ ଏବଂ ବାରିପଦା ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୯୪୩୮୯୦୬୩୯୭ ନମ୍ବରରେ ଯୋଗାଯୋଗ କରିପାରିବେ। ସେହିପରି ୦୬୭୯୨-୨୫୮୫୩୬/୨୫୨୫୯୬ ଲ୍ୟାଣ୍ଡ ଫୋନ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ। ଜିଲ୍ଲାରେ ଭିତ୍ତିଭୂମି ସଜାଡ଼ିବାକୁ ୧୬ଟି ଗ୍ରୁପ କରାଯାଇଛି। ପ୍ରତି ଗ୍ରୁପରେ ୩୦ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏମାନଙ୍କ ମଧ୍ୟରେ ୧୦ କୂଶଳୀ ଏବଂ ୨୦ ଅଂକୁଶଳୀ କର୍ମଚାରୀ ସାମିଲ ଅଛନ୍ତି। ବାତ୍ୟା ବେଳେ ଏବଂ ପରେ ବିଦ୍ୟୁତ ସେବା ବାହଲ କରିବା ନିମନ୍ତେ ୪୦୦ ପିଏସ୍‌ସି ଖୁଣ୍ଟି, ୧୦୦୦ ଲୁହା ଖୁଣ୍ଟି ସହିତ ୨୦ଟି ଟ୍ରାନ୍ସଫର୍ମର ମହଜୁଦ ରଖାଯାଇଛି। ସେହିପରି ପର୍ଯ୍ୟାପ୍ତ ପରିମାଣରେ କେବୁଲ ଆଦି ମହଜୁଦ ରଖାଯାଇଛି। ୨୧ଟି ଚାରି ଚକିଆ ଗାଡି ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି।

publive-image Sambad

ଉଦଳା ଡିଭିଜନ ଅଧିନରେ ୫ ସେକ୍ସନ, ବାରିପଦା ଡିଭିଜନ ଅଧିନରେ ୧୪, ରାଇରଙ୍ଗପୁର ଡିଭିଜନ ଅଧିନରେ ୧୦ ସେକ୍ସନ କରାଯାଇଛି। ପ୍ରତି ସେକ୍ସନ ରେ ୬ ଜଣ ଲେଖାଏଁ ଅତିରିକ୍ତ କର୍ମଚାରୀ ନିଯୁକ୍ତ କରାଯାଇଛି। ବାରିପଦା ଡିଭିଜନରେ ୯୦ଟି ୧୧କେଭି ଫିଡ଼ର ଲାଇନ ଥିବା ବେଳେ, ଉଦଳାରେ ୪୪, ରାଇରଙ୍ଗପୁରରେ ୭୧ଟି ଫିଡ଼ର ଲାଇନ ରହିଛି। ଏନେଇ ତ୍ୱରିତ ବିଦ୍ୟୁତ ସେବା ଉପଲବ୍ଧ କରିବା ନିମନ୍ତେ ସ୍ୱତନ୍ତ୍ର ୨୦ ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ବାଲେଶ୍ଵର ମୁଖ୍ୟାଳୟରୁ ଟାଟା ପାୱାର ପକ୍ଷରୁ ଜିଏମ ଶରତ ଚନ୍ଦ୍ର ମହାଳିକଙ୍କୁ ମୟୂରଭଞ୍ଜ ଦାୟିତ୍ୱ ଦିଆଯାଇଛି। ସେହିପରି ବିଦ୍ୟୁତ ବାହଲ କାର୍ଯ୍ୟ‌ରେ ନିୟୋଜିତ କର୍ମଚାରୀଙ୍କୁ ୧୬ହଜାର ମାସ୍କ, ୯୦୫ଟି ୧୦୦ମିଲି ସାନିଟାଇଜର ବଣ୍ଟନ କରାଯାଇଛି। ସେହିପରି ବିଦ୍ୟୁତ କର୍ମଚାରୀଙ୍କ ସହିତ ଯୋଗାଯୋଗ ଜାରି ରଖିବା ନିମନ୍ତେ ୨୯ଟି ପାୱାର ବ୍ୟାଙ୍କ ଯୋଗାଇ ଦିଆଯାଇଛି। ଜିଲ୍ଲାରେ ବାତ୍ୟା ପରେ ଉପଭୋକ୍ତାଙ୍କ ତୁରନ୍ତ ବିଦ୍ୟୁତ ସେବା ଯୋଗାଇଦେବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe