ଜଙ୍ଗଲରେ ଘୋର ଖାଦ୍ୟ ଓ ପାଣିର ଅଭାବ ପାଇଁ ପୁଣି ଫେରିଲେ ହାତୀପଲ

Advertisment

ଛୁଆ ହାତୀ ସମେତ ରହିଛନ୍ତି ୧୭ ଟିକିଆ ହାତୀପଲ

ଛୁଆ ହାତୀ ସମେତ ରହିଛନ୍ତି ୧୭ ଟିକିଆ ହାତୀପଲ

ଜଙ୍ଗଲରେ ଘୋର ଖାଦ୍ୟ ଓ ପାଣିର ଅଭାବ ପାଇଁ ପୁଣି ଫେରିଲେ ହାତୀପଲ

Science

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡରେ ବର୍ତ୍ତମାନ ପୁଣି ହାତୀପଲ୍ଲ ଜନବସତି ଆଡକୁ ମୁହାଁଇଛନ୍ତି। ମୁଜାଗଡ଼ ବନାଞ୍ଚଳର ରମ୍ଭା ଓ ମୁଜାଗଡ଼ ସେକ୍ସନ୍ରେ ଘୂରୀ ବୁଲୁଛନ୍ତି। ଗତକାଲି ୧୭ ଟିକିଆ ହାତୀପଲ ରମ୍ଭା ସେକ୍ସନ୍ରୁ ଦଦରଲୁଣ୍ଡା ରୋଡ଼ ସାହି ଠାରେ ରାସ୍ତା ପାର ହୋଇଛନ୍ତି। ଦଦରଲୁଣ୍ଡା ଖେଳ ପଡ଼ିଆ ରାସ୍ତାଦେଇ ମେନ୍ ରୋଡ଼ ପାର ହୋଇଥିବା ବେଳେ ରାସ୍ତା କଡରେ ଥିବା ଏକ ସମାଧୀକୁ ଭାଙ୍ଗି ଦେଇଛନ୍ତି। ଏହି ୧୭ ପଟ ହାତୀପଲ ମଧ୍ୟରେ କିଛି ଛୁଆ ହାତୀ ମଧ୍ୟ ରହିଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ସମୟରେ ଏହି ହାତୀପଲ ବ୍ରାହ୍ମଣପଦର ଜଙ୍ଗଲ ଇଲାକାରେ ବୁଲୁଥିବା ବେତଳେ ଜୟମଙ୍ଗଳ ଡ୍ୟାମ୍ରେ ପାଣି ଗାଧୋଇବା ଏବଂ ପିଇବା ପାଇଁ ବ୍ୟବହାର କରୁଥିଲେ। କିଛି ଦିନ ସେଠାରେ ରହିବା ପରେ ବ୍ରାହ୍ମଣପଦର ପେଟାକିଆ ଆଦି ଅଞ୍ଚଳ ବୁଲି ବର୍ତ୍ତମାନ ରମ୍ଭା ଏବଂ ମୁଜାଗଡ଼ ସେକ୍ସନ୍ରେ ପ୍ରବେଶ କରିଛନ୍ତି। କିଛିଦିନ ତଳେ ରମ୍ଭା ସେକ୍ସନ୍ର ପୁରୁଣା କାଠ ଡ଼ିପୋ କାଜୁ ବଗିଚାରେ ଦୀର୍ଘ ସମୟ ହାତୀପଲ ଉତ୍ପାତ କରିଥିବା ବେରଳେ ଗତ ଦୁଇଦିନ ତଳେ ଦଦରଲୁଣ୍ଡା ଗ୍ରାମର କିଛି ଲୋକ ସାଇକଲରେ ଫେରୁଥିବା ସମୟରେ ଅତି ନିକଟରୁ ହାତୀକୁ ଦେଖି ଦୌଡ଼ି ଆସିଥିବା ପ୍ରକାଶ କରିଛନ୍ତି। ଗତକାଲି ରାତି ସମୟରେ ଶାପଘଣା ପାହଡ଼ ପାର୍ଶ୍ବ ଦେଇ ଦଦରଲୁଣ୍ଡା ରୋଡ଼ ସାହି ପଟେ ହାତୀପଲ ଆସିଥିବା ଜଣାପଡ଼ିଛି। ଆଜି ମୁଜାଗଡ ବନାଞ୍ଚଳର ସୀତାଖମଣ ପାହାଡ଼ରେ ହାତୀପଲ ରହିଥିବା ସୂଚନା ମିଳିଛି।

publive-image

ବର୍ଷ ତମାମ୍ ହାତୀପଲ୍ଲୀ ଏହି ଅଞ୍ଚଳରେ ରହୁଥିବା ବେଛଳେ ଚଳିତ ବର୍ଷ ଜଙ୍ଗଲ ନିଆଁ ଯୋଗୁଁ ହାତୀପଲ ଏହି ଅଞ୍ଚଳକୁ ଆସି ନଥିଲେ। ବିଶେଷ କରି ଫେବୃୟାରୀ ଶେଷ ସପ୍ତାହରୁ ଏହି ବନାଞ୍ଚଳର ଅନେକ ଜଙ୍ଗଲରେ ନିଆଁ ଲାଗିଥିଲା। ଖାସ୍ କରି ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳର ଅନେକ ଇଲାକାରେ ନିଆଁ ଲାଗିଥିବା ବେେଳେ ବନ ବିଭାଗ କର୍ମଚାରୀ ମାନେ ଦିନରାତି ଏକ କରି ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ବହୁ ବନ୍ୟଜନ୍ତୁ ପ୍ରଭାବିତ ହୋଇଥିବା ବେଳେ ବହୁ ଜଙ୍ଗଲ ସମ୍ପଦ ଜଳିପୋଡି ନଷ୍ଟ ହୋଇଯାଇଥିଲା। ଜଙ୍ଗଲରେ ନିଆଁ ଲାଗିବା ଫଳରେ ବନ୍ୟଜନ୍ତୁ ମାନଙ୍କ ଆହାର ପ୍ରାୟ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଜଙ୍ଗଲ ମଧ୍ୟରେ ହାତୀ ମାନଙ୍କ ପାଇଁ ପିଇବା ପାଣିର ମଧ୍ୟ ଘୋର ସମସ୍ୟା ଦେଖା ଦେଇଛି। ଗ୍ରୀଷ୍ମ ପାଇଁ ନଇନାଳ ଗୁଡ଼ିକ ଶୁଖିବାକୁ ଲାଗିଥିବା ବେଇଳେ ଜଳାଶୟ ଗୁଡ଼ିକ ମଧ୍ୟ ଶୁଖିଲା ପଡିଛି। ଗୋଟିଏ ପଟେ ଜଙ୍ଗଲ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜଙ୍ଗଲ ବିଭାଗ ବ୍ୟପକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବନ୍ୟଜନ୍ତୁ ମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ଜରୁରୀ ହୋଇପଡ଼ିଛି। ମୁଜାଗଡ଼ ବନାଞ୍ଚଳର କାନବିନ୍ଧା,ଦରପଙ୍ଗିଆ ସମେତ ସାଧୁଗାଁ,ପଇତା ଗାଁ ଭଳି ଜଙ୍ଗଲ ଇଲାକାେରେ ହାତୀ ମାନଙ୍କ ପାଇଁ ଭଲ ଆହାର ରହିବା ସହ କିଛି ବୁଦୁଲି,କାନବିନ୍ଧା,ବିରିକୋଟ ବାଇବାଲି ଭଳି ଜଙ୍ଗଲ ମଧ୍ୟରେ ଭଲ ବାଉଁଶ ବଣ ରହିଥିବାରୁ ଏହି ଇଲାକାକୁ ହାତୀ ମାନୋ ସେମାନଙ୍କ ସୁରକ୍ଷିତ ସ୍ଥଳ ବାଛିବା ସହ ବର୍ଷର ବହୁ ସମୟ ଏହି ବିସ୍ତିର୍ଣ୍ଣ ଘଞ୍ଚ ଜଙ୍ଗଲରେ ବିତାଇଥାନ୍ତି। ଏଥିସହ କାନବିନ୍ଧା ଓ ବିରକୋଟ ମଝିରେ ଥିବା ଅଠର ନଳିଆରେ ପାଣି ରହୁଥିବାରୁ ଏହି ସ୍ଥାନକୁ ଛାଡ଼ି ଯାଇନଥାନ୍ତି। କିନ୍ତୁ ବର୍ତ୍ତମାନ ନାଳ ଗୁଡ଼ିକ ଶୁଖିଲା ପଡିବା ସହ ଖାଦ୍ୟର ମଧ୍ୟ ଅଭାବ ରହିଥିବାରୁ ହାତୀପଲ ଏଣେତେଣ ଘୂରୀ ବୁଲୁଛନ୍ତି। ଗତ ଫେବୃୟାରୀ ମାସରେ ଏକାକୀ ବୁଲୁଥିବା ଦନ୍ତାହାତୀ ପ୍ରତିଦିନ ମୁଜାଗଡ ଠାରୁ ଦଦରଲୁଣ୍ଡା ଗ୍ରାମ ମଧ୍ୟରେ ଥିବା ରାଜପଥ ଅତିକ୍ରମ କରୁଥିବା ବେଳେ ସଂନ୍ଧ୍ୟା ହେଲେ ହାତୀ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିଲା। ବର୍ତ୍ତମାନ ହାତୀପଲ ଫେରିଥିବା ବେଳେ ଖାଦ୍ୟ ଓ ପାଣିର ଅଭାବ ହେତୁ ଜନବସତି ଆଡ଼କୁ ମୁହାଁଇ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଆଗାମୀ ଗ୍ରୀଷ୍ମର ପାର୍ଦୁଭାବକୁ ଦୃଷ୍ଟିରେ ରଖି ଖାଦ୍ୟ ପାନୀୟର ବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe