ଆଠଗଡ଼ରେ ଦନ୍ତାହାତୀ ଆକ୍ରମଣରେ ୪ ମଇଁଷି ଗୁରୁତର

Advertisment
ଆଠଗଡ଼ରେ ଦନ୍ତାହାତୀ ଆକ୍ରମଣରେ ୪ ମଇଁଷି ଗୁରୁତର

କଟକ/ଆଠଗଡ଼: ଆଠଗଡ଼ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ୪ ମଇଁଷି ଗୁରୁତର ହୋଇଥିବାର ଖବର ମିଳିଛି। ପ୍ରକାଶ ଯୋଗୀ ବୁଧବାର ମଧ୍ୟରାତ୍ରିରେ ଏକ ଦନ୍ତହାତୀ ଗ୍ରାମରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଗ୍ରାମରେ ବନ୍ଧା ହୋଇଥିବା ୪ ମଇଁଷିକୁ ଆକ୍ରମଣ କରିଥିଲେ।

ଆକ୍ରମଣ ବେଳେ ମଇଁଷିଗୁଡ଼ିକ ଗୁରୁତର ହୋଇପଡ଼ିଥିବାବେଳେ ଖବର ପାଇ ଗୁରୁବାର ସକାଳେ ଆଠଗଡ଼ ସଦର ଫରେଷ୍ଟ ରେଞ୍ଜ ଅଫିସର ଆୟେଶା ଅଖ୍‌ତରି ନିଶା ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହାପରେ ପ୍ରାଣୀ ଚିକିତ୍ସକଙ୍କୁ ଘଟଣାସ୍ଥଳକୁ ଅଣାଯାଇ ଗୁରୁତର ମଇଁଷିକୁ ଚିକିତ୍ସା କରାଯାଇଥିବା ପରେ ବର୍ତ୍ତମାନ ମଇଁଷିଗୁଡ଼ିକ ସୁସ୍ଥ ହୋଇଛନ୍ତି। ଘଟଣା ପରେ ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe