କୋଇଡ଼ାରେ ପୁଣି ହାତୀ ଆତଙ୍କ; ଭାଙ୍ଗିଲେ ଛଅଟି ଘର

କୋଇଡ଼ାରେ ପୁଣି ହାତୀ ଆତଙ୍କ; ଭାଙ୍ଗିଲେ ଛଅଟି ଘର

ରାଉରକେଲା : ସୁନ୍ଦରଗଡ ଜିଲ୍ଲା କୋଇଡ଼ା ବ୍ଲକରେ ଦୁଇ ଦୁଇ ଟି ହାତୀଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ହାତୀ ମୃତ୍ୟୁର କାରଣ ରହସ୍ୟ ଘେରରେ ରହିଗଲା। ଗୋଟିଏ ପଟେ ହାତୀ ମୃତ୍ୟୁକୁ ନେଇ ଜନସାଧାରଣ ଭୟଭୀତ ଥିବା ସମୟରେ ବଣୁଆ ହାତୀପଲ ସାଥୀ ହାତୀର ମୃତ୍ୟୁ ଯୋଗୁଁ ଅଧିକ ହିଂସ୍ର ହୋଇ ଉଠିଛନ୍ତି। ହାତୀଙ୍କୁ ସୁରକ୍ଷା ଯୋଗାଇ ଦେବା ଓ ହାତୀଙ୍କ ଠାରୁ ଜନସାଧାରଣଙ୍କ ଧନ ଜୀବନକୁ ରକ୍ଷା କରିବାରେ କୋଇଡ଼ା ଅଞ୍ଚଳର ବନ ବିଭାଗ ଏକ ପ୍ରକାର ଅସଫଳ ହୋଇଛି।

ଗତକାଲି ରାତି ପ୍ରାୟ ୯:୦୦ ଟାରୁ ୧୦:୦୦ ଘଟିକା ସମୟ ରେ ଏକ ୭ ଜଣିଆ ବଣୁଆ ହାତୀ ପଲ ରେଙ୍ଗାଳବେଡ଼ା କଲୋନୀ ସାହିରେ ଆତଙ୍କ ସୃଷ୍ଟି କରି କରିଛନ୍ତି। ଛଅ ଟି ଗରିବ ଆଦିବାସୀ ପରିବାର ର ଘର ଭାଙ୍ଗି, ଚାଉଳ, ଖାଦ୍ୟ ଶସ୍ୟ ଖାଇ ଯାଇଛନ୍ତି।

ଗତରାତିରେ ବିଶ୍ୱାସୀ ହେମ୍ରମ ନାମ୍ନୀ ଗରିବ ଅସହାୟ ମହିଳା ନିଜର ତିନି ଜଣ ଶିଶୁ ଙ୍କ ସହ ଝାଟି ମାଟି ଘରେ ରହିଥିବା ବେଳେ ଅଚାନକ ହାତୀ ପଲ ଆକ୍ରମଣ କରିଥିଲେ। ଘର ଭାଙ୍ଗିଦେବା ସମୟ ରେ ଘରେ ଜଳୁଥିବା ଡିବିରି ଆଲୁଅ ର ନିଆଁ ଲାଗି ଘରର ସମସ୍ତ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇ ଯାଇଛି। ଦୁବି ଅଳିଆ, ନେମାନ ହେମ୍ରମ, ସାମୁଏଲ ମୁଣ୍ଡା, ବାହାଲେନ ହୋରୋ,ପଟେଲ ମୁଣ୍ଡା ଙ୍କର ଘର ହାତୀ ଭାଙ୍ଗି ଦେଇଛି।

publive-image

ଖବର ଲେଖା ହେବା ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଙ୍କ ପାଖରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାଁନ୍ତି।

ବର୍ତ୍ତମାନ କରୋନା କାଳ ରେ ଧିରେ ଧିରେ ଜୀବନ ଜୀବିକା ରେ ସୁଧାର ଆସୁଥିଲା ବେଳେ ବନ ବିଭାଗ ର ନିଷ୍କ୍ରିୟତା ଯୋଗୁଁ ହାତୀ ପଲ ଘର ଭାଙ୍ଗି ଖାଦ୍ୟ ଶସ୍ୟ ଖାଇ ଯିବା ଗରିବ ଆଦିବାସୀ ପରିବାରଗୁଡିକୁ ଟିକୁ ସର୍ବସ୍ୱାନ୍ତ କରି ଦେଇଛି। ଏହି କ୍ଷତିଗ୍ରସ୍ତ ପରିବାର କୁ ତୁରନ୍ତ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe