ମୁନିଗୁଡ଼ାରେ ୧୩ ଜଣିଆ ହାତୀପଲର ଉପଦ୍ରବ; ଭାଙ୍ଗିଲେ ଘର ଓ ସୋଲାର ଲାଇଟ୍

Advertisment

ରାଜୁଲୁଗୁଡା, ବଣ୍ଡାଗୁଡା, ଗୟଳକଣାରେ ବ୍ୟାପକ ଫସଲ ନଷ୍ଟ

ରାଜୁଲୁଗୁଡା, ବଣ୍ଡାଗୁଡା, ଗୟଳକଣାରେ ବ୍ୟାପକ ଫସଲ ନଷ୍ଟ

ମୁନିଗୁଡ଼ାରେ ୧୩ ଜଣିଆ ହାତୀପଲର ଉପଦ୍ରବ; ଭାଙ୍ଗିଲେ ଘର ଓ ସୋଲାର ଲାଇଟ୍

Sambad

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ନିୟମଗିରି ପାଦଦେଶରେ ଉପଦ୍ରବ ଜାରି ରଖିଛନ୍ତି ହାତୀପଲ। ୧୩ ଜଣିଆ ହାତୀପଲ ମୁନିଗୁଡ଼ା ବ୍ଲକର ରାଜୁଲୁଗୁଡା, ବଣ୍ଡାଗୁଡା, ଗୟଳକଣାରେ ପହଞ୍ଚି ଗୋଟିଏ ଘର, ଦୁଇଟି ସୋଲାର ଲାଇଟ୍ ଭାଙ୍ଗିବା ସହ କଦଳୀ ଓ ସୁପରି ଚାଷ ନଷ୍ଟ କରିଛନ୍ତି। ବିନ ବିଭାଗ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିବା ସହିତ ଗାଁରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛି। କଳାହାଣ୍ଡି ଜିଲ୍ଲାର କର୍ଲାପାଟ କିମ୍ବା କନ୍ଧମାଳ ଜିଲ୍ଲାର ବେଲଘର ଜଙ୍ଗଲରୁ ଏହି ହାତୀପଲ ନିୟମଗିରିକୁ ଆସିଥିବା ବନ ବିଭାଗ ସନ୍ଦେହ କରିଛି। ୧୩ ଜଣିଆ ହାତୀପଲରେ ୩ ଦନ୍ତା, ୫ ମାଈ ଏବଂ ୫ଟି ଛୁଆ ହାତୀ ରହିଛନ୍ତି। ଗତକାଲି ରାତିରେ ହାତୀପଲ ବଣ୍ଡାଗୁଡାରେ ପହଞ୍ଚି ଯଶୋଦା ସାହୁଙ୍କ ଘରକୁ ଭାଙ୍ଗି ଦେଇଥିଲେ। ଭୟରେ ଯଶୋଦା ଘରୁ ଦୌଡ଼ି ଆସିବା ସହ ହାତୀଙ୍କୁ ଦେଖି ବେହୋସ ହୋଇ ପଡିଥିଲେ।

publive-image Sambad

ଏହା ପରେ ହାତୀପଲ ରାଜୁଲୁଗୁଡାରେ ପହଞ୍ଚି ୨ଟି ସୋଲାର ଲାଇଟକୁ ଭାଙ୍ଗି ଦେଇଥିଲେ। ରାଜୁଲୁଗୁଡା, ଗୟଳକଣା ଗାଁରେ ହାତୀପଲ କଦଳୀ ଓ ସପୁରି ଫସଲକୁ ଖାଇବା ସହ ଦଳି ଚକଟି ନଷ୍ଟ କରି ଦେଇଥିଲେ। ସକାଳେ ହାତୀପଲ ନିୟମଗିରି ପାହାଡକୁ ଚାଲି ଯାଇଥିଲେ। ୧୩ ଜଣିଆ ହାତୀପଲକୁ ନେଇ ୩ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିବା ମୁନିଗୁଡା ରେଞ୍ଜର ପ୍ରସନ୍ନ ମିଶ୍ର ସୂଚନା ଦେଇଛନ୍ତି। ଫରେଷ୍ଟର ଦୀନବନ୍ଧୁ ଶବରଙ୍କ ସମେତ ଅନ୍ୟ ବନ କର୍ମଚାରୀ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe