ଢେଙ୍କାନାଳ; ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

Advertisment
ଢେଙ୍କାନାଳ; ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

YouTube

ରାସୋଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବମ୍ପା ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଆଜି ଜଣେ ବୃଦ୍ଧଙ୍କୁ ଦନ୍ତାହାତୀ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଛି। ମୃତ ବୃଦ୍ଧଙ୍କ ନାମ ଦୁଲ୍ଲଭ ସାହୁ ବୋଲି ଜଣାପଡ଼ିଛି। ଖବର ପାଇ ରାସୋଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ପାଇଁ ଶବକୁ ଡାକ୍ତରଖାନାକୁ ପଠାଇ ଦେଇଛି।

ପ୍ରାପ୍ତ ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୧୦ଟା ବେଳେ ଦୁଲ୍ଲଭ ସାଇକଲରେ ଫେରୁଥିବା ବେଳେ ହଠାତ ସେ ରାସ୍ତାରେ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ସେ ଦନ୍ତା କବଳରୁ ବଞ୍ଚିବାକୁ ଚେଷ୍ଟା କରିଥିଲେ ହେଁ ଅସଫଳ ରହିଥିଲେ। ଘଟଣାସ୍ଥଳରେ ହିଁ ଦନ୍ତା ତାଙ୍କୁ ଦଳି ମାରି ଦେଇଥିଲା। ସ୍ଥାନୀୟଲୋକ ଏହି ଘଟଣା ସମ୍ପର୍କରେ ସୂଚନା ପାଇ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe