ଧାନ ହେବା ପୂର୍ବରୁ ୧୫ଟି ହାତୀଙ୍କ ଉପଦ୍ରବ ଆରମ୍ଭ: ନିରୁପାୟ ବନବିଭାଗ

Advertisment
ଧାନ ହେବା ପୂର୍ବରୁ ୧୫ଟି ହାତୀଙ୍କ ଉପଦ୍ରବ ଆରମ୍ଭ: ନିରୁପାୟ ବନବିଭାଗ

ବାଙ୍ଗିରିପୋଷି: ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ନିଶ୍ଚିନ୍ତା ପଂଚାୟତର ଵାସ୍କିତଳା ଓ ନାଫ୍ରି ପଞ୍ଚାୟତର ଟୁଲିଆପାହାଡ, ଶ୍ୟାମ ସୁନ୍ଦରପୁର ପଂଚାୟତର ଚାଉଳଘେରୀ ଅଞ୍ଚଳର ଚାଷୀଙ୍କ ଧାନ କ୍ଷେତରେ ହାତୀପଲ ଉପଦ୍ରବ ଆରମ୍ଭ କରିଛନ୍ତି। ସବୁ ବର୍ଷ ପରି ଚଳିତ ବର୍ଷ ପୁଣି ୧୫ ଟି ହାତୀ ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରେ ପ୍ରବେଶ କରିଛନ୍ତି।

ହାତୀଙ୍କୁ ରୋକିବା ପାଇଁ ବନବିଭାଗ ତରଫରୁ ଲକ୍ଷ ଲକ୍ଷ ଟଙ୍କାର ବ୍ୟାପକ ଷ୍ଟ୍ରେଞ୍ଚ ଖୋଳା ଯାଇଥିଲେ ମଧ୍ୟ ହାତୀ ରୋକିବାରେ ବନବିଭାଗ ବିଫଳ ହୋଇଛି। ନିଶ୍ଚିନ୍ତା ପଂଚାୟତର ଦୋମୁହାଁଣୀ ଠାରେ ଆଠଟି ହାତୀ ଥିବା ବେଳେ ନାଫ୍ରି ପଞ୍ଚାୟତର ପୁଲିସ ପାହାଡ଼ରେ ସାତଟି ହାତୀ ଅଛନ୍ତି। ହାତୀ ପ୍ରତି ସତର୍କ ଦୃଷ୍ଟି ଦିଆଯାଉଛି ବୋଲି ରେଞ୍ଜର ଅଜୟ ଦାସ କହିଛନ୍ତି। ହାତୀ ନଷ୍ଟ କରୁଥିବା ଧାନ କ୍ଷେତର ଫଟୋ ସହିତ ଲିଖିତ ଅଭିଯୋଗ ରେଞ୍ଜ ଅଫିସରେ କରିବା ପାଇଁ କୁହାଯାଇଛି। ଧାନ ନ ହେଉଣୁ ହାତୀ ଚାଷ ଜମି ନଷ୍ଟ କରୁଥିବାରୁ ଚାଷୀ ଚିନ୍ତା ବ୍ୟକ୍ତ କରିଛନ୍ତି। ଜନବସତି ଆଡ଼କୁ ହାତୀ ଯେପରି ନ ଯିଵେ ବନବିଭାଗର ଦୁଇଟି ଟିମ୍ ଜଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe