ପର୍ଜଙ୍ଗ: ହାତୀ ଆକ୍ରମଣ ବିରୋଧରେ ଜାତୀୟ  ରାଜପଥ ଅବରୋଧ କଲେ ମହିଳା

ପର୍ଜଙ୍ଗ: ହାତୀ ଆକ୍ରମଣ ବିରୋଧରେ ଜାତୀୟ  ରାଜପଥ ଅବରୋଧ କଲେ ମହିଳା

ଢେଙ୍କାନାଳ: ହାତୀ ଆକ୍ରମଣରେ ଜିଲ୍ଲା ନାଉପାଳ କାଟେଣି ଗାଁର ଜଣେ ଚାଷୀ ଆଜି ଗୁରୁତର ଆହତ ହେବା ପରେ ସ୍ଥାନୀୟ ଲୋକେ ଉତକ୍ଷିପ୍ତ ହୋଇଛନ୍ତି। ଏହାର ପ୍ରତିବାଦରେ ଆଜି ନାଉପାଳ କାଟେଣି ଗାଁର ମହିଳାମାନେ ୫୩ନମ୍ବର୍ ଜାତୀୟ ରାଜପଥକୁ ପିତିରି ଛକ ଉପରେ ଅବରୋଧ କରିଛନ୍ତି।

ଏହା କେବଳ ଗୋଟିଏ ଘଟଣା ନୁହେଁ, ବାରମ୍ବାର ହାତୀ ଆକ୍ରମଣ ଘଟଣା ପରଜଙ୍ଗ ଜନ ଜୀବନକୁ ବିପଦ ମୁହଁ କୁ ଠେଲି ଦେଲାଣି। ଅଘଟଣ ଘଟିଲେ ବି ବନ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଉ ନାହାଁନ୍ତି। ଏଭଳି ସ୍ଥିତିରେ ଆମକୁ କିଏ ସୁରକ୍ଷା ଦେବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।  ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ବୁଝା ସୁଝା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe