ଦନ୍ତା ଆକ୍ରମଣରେ ଜଣେ ମୃତ; ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଗଲା ୧୩ ବର୍ଷର ବାଳକ

ଦନ୍ତା ଆକ୍ରମଣରେ ଜଣେ ମୃତ; ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଗଲା ୧୩ ବର୍ଷର ବାଳକ

ବାଂଶପାଳ. କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଝୁମ୍ପୁରା ବ୍ଲକ ବସନ୍ତପୁର ପଞ୍ଚାୟତ ରୁଗୁଡିସାହିରେ ଆଜି ଏକ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାଙ୍ଗରେ ଥିବା ନାବାଳକ ଉପସ୍ଥିତ ବୁଦ୍ଧି ଖଟାଇ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛି।

ସୂଚନା ଅନୁସାରେ ରୁଗୁଡିସାହି ଗ୍ରାମର ମୁଣ୍ଡାସାହିର ଟୁରା ମୁଣ୍ଡା ଓ ଜଗଦୀଶ ମୁଣ୍ଡା ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଉଥିଲେ। ଅପରାହ୍ନରେ ହଠାତ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ। ଦନ୍ତାଟି ପ୍ରଥମେ ଟୁରା ମୁଣ୍ଡା (୫୨) ଙ୍କୁ ଶୁଣ୍ଢରେ ବୁଲାଇ ଦଳିଦେଇଥିଲା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା`। ଦନ୍ତାଟି ଟୁରା ଙ୍କୁ ଆକ୍ରମଣ କରୁଥିବା ବେଳେ ସାଙ୍ଗରେ ଥିବା ୧୩ ବର୍ଷର ବାଳକ ଜଗଦୀଶ ଉପସ୍ଥିତ ବୁଦ୍ଧି ଖଟାଇ ଏକ ପଥର ଖୋଲ ଭିତରେ ଲୁଚି ଯାଇଥିଲେ।

ଫଳରେ ସେ ଆକ୍ରମଣରୁ ବର୍ତ୍ତି ଯାଇଥିଲେ। କୌଶଳ କ୍ରମେ ଜଙ୍ଗଲରୁ ଖସି ଆସି ଜଗଦୀଶ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ଯାଇ ଟୁରା ମୁଣ୍ଡାଙ୍କ ମୃତଦେହକୁ ଉଦ୍ଧାର କରି ଘରକୁ ଆଣିଥିଲେ। ଏନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି। ମୃତକଙ୍କୁ ସରକାରୀ ସହାୟତା ଯୋଗାଇଦେବା ସହ ହାତୀଙ୍କୁ ଘୋଉଡାଇବାକୁ ଦାବି କରିଛନ୍ତି ଗ୍ରାମବାସୀ। ଦନ୍ତାଟି ପ୍ରତ୍ୟେକ ଦିନ ବହୁ କ୍ଷୟକ୍ଷତି କରୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବନବିଭାଗ ଟିମ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe