ଝାରସୁଗୁଡ଼ା: ନଦୀରେ ବୁଡ଼ି ହାତୀ ଛୁଆର ମୃତ୍ୟୁ

ଝାରସୁଗୁଡ଼ା: ନଦୀରେ ବୁଡ଼ି ହାତୀ ଛୁଆର ମୃତ୍ୟୁ

ଝାରସୁଗୁଡ଼ା: ନଦୀ ପାର ହେଉଥିବା ବେଳେ ପାଣିରେ ପୁଡ଼ି ଗୋଟିଏ ହାତୀ ଛୁଆର ମୃତ୍ୟୁ ଘଟିଥିବା ଜଣାଯାଇଛି। ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବାଦିମାଲ ପଞ୍ଚାୟତର କୁସମେଲ ଠାରେ। ଆଜି ଅପରାହ୍ନରେ ଏକ ହାତୀପଲ ବାରପାହାଡ଼ ଜଙ୍ଗଲରୁ ଆସି ମହାନଦୀ ପାରି ହେଉଥିବା ବେଳେ ଏହି ଛୋଟ ହାତୀଟି ପାଣିରେ ବୁଡ଼ି ଯାଇଥିବା ସଂଦେହ କରାଯାଉଛି। ହାତୀପଲ କିଛିଦୂର ଭିକମପାଲି ପଞ୍ଚାୟତର ପୂଜାରିପାଲିସ୍ଥିତ ହୀରକୁଦ ଜଳଭଣ୍ଡାର ଅଞ୍ଚଳରେ ଥିବା ଜଣାଯାଇଛି। ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe