ପୂର୍ଣ୍ଣିମା ରାତିରେ ହେବ ହାତୀ ଗଣନା: ନଭେମ୍ବର ୧୪ ଓ ୧୫ ଦୁଇଦିନ ଗଣତି

ବନବିଭାଗ ନିଷ୍ପତ୍ତି କ୍ରମେ ଆସନ୍ତା ନଭେମ୍ବର ୧୪ ଓ ୧୫ ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲାରେ ପୂର୍ଣ୍ଣିମା ଆଲୋକରେ ହାତୀ ଗଣନା କରାଯିବ। ହାତୀ ଗଣନା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି...

8annzxap1

ଢେଙ୍କାନାଳ: ବନବିଭାଗ ନିଷ୍ପତ୍ତି କ୍ରମେ ଆସନ୍ତା ନଭେମ୍ବର ୧୪ ଓ ୧୫ ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲାରେ ପୂର୍ଣ୍ଣିମା ଆଲୋକରେ ହାତୀ ଗଣନା କରାଯିବ। ହାତୀ ଗଣନା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ହାତୀ ସଂଖ୍ୟାରେ ଶିମିଳିପାଳ ଏକ ନମ୍ୱର୍ ହୋଇଥିବା ବେଳେ ଦ୍ଵିତୀୟରେ ରହିଛି ଢେଙ୍କାନାଳ। ସମସ୍ତ ୮ଟି ରେଞ୍ଜରେ ହାତୀ ଗଣନା ପାଇଁ ଜିଲ୍ଲାର ରେଞ୍ଜର, ଫରେଷ୍ଟ ଗାର୍ଡ, ଡେପୁଟି ରେଞ୍ଜର ଓ ଫରେଷ୍ଟର ଏବଂ ହାତୀ ସ୍କ୍ୱାଡ କର୍ମଚାରୀ, ଟ୍ରାକର ଆଦିଙ୍କୁ ନେଇ ୪୦୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଏଥିପାଇଁ ୪ଟି ନାଇଟି ଭିଜନ ଡ୍ରୋନ୍ ଲଗାଯିବ। ସେହିପରି ବାଇନାକୁଲାର ସହିତ ଲାଇଟ୍ ଲାଗିଥିବା ସ୍ୱତନ୍ତ୍ର ଗାଡିର ମଧ୍ୟ ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ୩୦୦ରୁ ଅଧିକ ହାତୀ ରହିଥିବା ବେଳେ କେବଳ ହିନ୍ଦୋଳ ରେଞ୍ଜରେ ୨୦୦ ହାତୀ ଥିବା କୁହାଯାଉଛି। 

ଅଧିକ ପଢ଼ନ୍ତୁ: ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଗଣନା ସମୟରେ ଫଟୋଗ୍ରାଫର, ବନ୍ୟପ୍ରାଣୀ ଉପରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିବେ ବୋଲି ପୂର୍ବରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: ଶ୍ବଶୁର ଘରୁ ଫେରୁଥିବା ବେଳେ ଅଘଟଣ: ବାରହା ଫାଶରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe