ହାତୀଙ୍କ ପାଇଁ ଜାତୀୟ ରାଜପଥରେ ଗାଡି ଚଳାଚଳ ଠପ

Advertisment
ହାତୀଙ୍କ ପାଇଁ ଜାତୀୟ ରାଜପଥରେ ଗାଡି ଚଳାଚଳ ଠପ

ପାଲଲହଡ଼ା: ହାତୀଙ୍କ ପାଇଁ ଜାତୀୟ ରାଜପଥରେ ଦୀର୍ଘ ସମୟ ପାଇଁ ବ୍ୟାଘାତ ହେଲା ଗାଡି ଚଳାଚଳ | ହାତୀଙ୍କ ପାଇଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଅଟକି ରହିଲେ ଶତାଧିକ ଗାଡି | ଆଜି ୧୪୯ ନମ୍ବର ଜାତୀୟ ରାଜପଥର ଖେମେଲା ବାରକୋଟଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି |

ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନରେ ୩:୪୫ ରୁ ୪ଟା ଭିତରେ ପାଲଲହଡ଼ା ଟାଉନଠାରୁ ୧୮ କିମି ଦୂର ୧୪୯ ନମ୍ବର ଜାତୀୟ ରାଜପଥ ଖେମେଲା ବାରକୋଟ ରାସ୍ତା ମଝିରେ ହଠାତ ଜାତୀୟ ରାଜପଥ ଉପରେ ପାଖାପାଖି ୩୦ ଟି ବଣୁଆ ହାତୀପଲ ଏକ ପାର୍ଶ୍ଵ ରୁ ଅନ୍ୟ ପାର୍ଶ୍ଵକୁ ଅତିକ୍ରମ କରୁଥିଲେ |

ତେବେ ହାତୀମାନେ ପୁଣି ଜଙ୍ଗଲ ଆଡୁ ମୁହଁ ଫେରାଇ ଜାତୀୟ ରାଜପଥରେ ଚଳାଚଳ କରୁଥିବାରୁ ଯାନବାହନ ଚଳାଚଳ ଦୀର୍ଘ ସମୟ ଧରି ଠପ ହୋଇପଡିଥିଲା | ଆଉ ବଣୁଆ ହାତୀଙ୍କ ଚଳାଚଳ ଯୋଗୁଁ ସାଧାରଣରେ ଆତଙ୍କ ଖେଳି ଯାଇଥିଲା | ହାତୀମାନେ ରାସ୍ତା ଅତିକ୍ରମ କରିବା ପରେ ଗାଡ଼ି ଚଳାଚଳ ସହ ଲୋକ ମାନେ ଯିବା ଆସିବା କରିଥିଲେ | ଖମାର ବନ ବିଭାଗ ପକ୍ଷରୁ ହାତୀକୁ ଘୋଡାଇବାକୁ ଉଦ୍ୟମ ଜାରି ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe