ପାହାଡ଼ ଉପରୁ ଖସିଲା ହାତୀ, ଗଛରେ ଲାଖିଛି ମୃତଦେହ

Advertisment
ପାହାଡ଼ ଉପରୁ ଖସିଲା ହାତୀ, ଗଛରେ ଲାଖିଛି ମୃତଦେହ

ଯଶିପୁର: ପାହାଡ଼ ଉପରୁ ୩୦ ଫୁଟ୍‌ ତଳକୁ ଖସିପଡ଼ିଲା ହାତୀ। ହାତୀର ମୃତଦେହ ଏକ ବିରାଟ ଗଛରେ ଲାଖିରହିଛି। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟକୁ ଆଜି ବାଘ ଗଣନା କରିବାକୁ ଯିବାବେଳେ ବନ ବିଭାଗ କର୍ମଚାରୀମାନେ ଏହି ଦୃଶ୍ୟ ଦେଖିବାକୁ ପାଇଛନ୍ତି। ମୃତ ହାତୀର ବୟସ ପାଖାପାଖି ୪୦ ବର୍ଷ ହେଇଥିବା ବେଳେ ଏହା ଏକ ମାଈହାତୀ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବାଘ ଗଣନା ପାଇଁ ଆଜି ସକାଳୁ ବନ ବିଭାଗ କର୍ମଚାରୀମାନେ ଉତ୍ତର ଶିମିଳିପାଳ ନଅଣା ରେଞ୍ଜ ଅନ୍ତର୍ଗତ କୋର୍‌ ଏରିଆକୁ ଯାଇଥିଲେ। ଶିମିଳିପାଳର କୋର୍‌ ଏରିଆ ପାହାଡ଼ ଓ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ। ମହାବଳ ବାଘ ଓ ହିଂସ୍ର ବନ୍ୟଜନ୍ତୁଙ୍କ ଏହା ପ୍ରାକୃତିକ ଆବାସସ୍ଥଳୀ ହୋଇଥିବା ବେଳେ ଏହି ସ୍ଥାନରେ ବନ ବିଭାଗ କର୍ମଚାରୀ ପହଞ୍ଚିଲା ବେଳକୁ ହାତୀର ମୃତଦେହ ଦେଖିବାକୁ ପାଇଥିଲେ।

ତେବେ ହାତୀ ଭଳି ଏକ ବିଶାଳକାୟ ପ୍ରାଣୀର ମୃତଦେହ ଗଛରେ ଲାଖିଥିବା ଦେଖି ବନ ବିଭାଗ କର୍ମଚାରୀମାନେ ମଧ୍ୟ ଚକିତ ହୋଇ ଯାଇଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ହାତୀଟି ପାହାଡ଼ ଉପରୁ ଖସିପଡ଼ି ପ୍ରାଣ ହରାଇବା ପରେ ୩୦ ଫୁଟ୍‌ ତଳେ ଥିବା ଗଛରେ ଲାଗିଥିବା ଜଣାପଡ଼ିଛି। ଖବର ପାଇବା ପରେ ବନ ବିଭାଗର ବରିଷ୍ଠ ପଦାଧିକାରୀ ଘଟଣାସ୍ଥଳକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe