ବନ୍ତଳା ବନାଞ୍ଚଳରେ ଦନ୍ତା ହାତୀର ମୃତ୍ୟୁ

Advertisment
କଟକ ବନାଞ୍ଚଳରେ ବିପଦରେ ହାତୀ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଆଜି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଏହି ଘଟଣା ଆଜି ସନ୍ଧ୍ୟାରେ ଜଣାପଡିବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ଗଡ଼ତରାସ ପଞ୍ଚାୟତ ନୁଖୁରିପଦା ଗ୍ରାମ ନୂଆଁବନ୍ଧ ନିକଟରେ ଆଜି ସନ୍ଧ୍ୟାରେ ଏକ ଦନ୍ତାହାତୀ ମୃତ୍ୟୁ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ବନ୍ତଳା ରେଞ୍ଜର ମାଧବ ନାୟକଙ୍କ ସହ ଅନ୍ୟ କର୍ମଚାରୀ ମାନେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ତେବେ ହାତୀଟି ଗତକାଲି ଠାରୁ କୌଣସି ବିଷାକ୍ତ ଖାଦ୍ୟ ଖାଇଥିବାରୁ ଅସୁସ୍ଥ ଥିଲା।

ତେବେ ବନ କର୍ମଚାରୀ ମାନେ ହାତୀର ଗତିବିଧି ଉପରେ ନଜର ରଖିଥିଲେ। ଦନ୍ତା ହାତୀଟିର ବୟସ ପ୍ରାୟ ୧୨ବର୍ଷ ହୋଇଥିବା ବେଳେ ଆଜି ଅପରାହ୍ନ ୩ଟା ବେଳକୁ ଏହାର ମୃତ୍ୟୁ ହୋଇଥିବା ବନ ବିଭାଗ ଅନୁମାନ କରୁଛି। ଅନ୍ୟ ପକ୍ଷରେ ଗତକାଲି ଠାରୁ ହାତୀଟି ଅସୁସ୍ଥ ଥିବା ବନ ବିଭାଗ କହୁଥିଲା ବେଳେ ତାର ଚିକିତ୍ସା କାହିଁକି କରାଗଲା ନାହିଁ ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe